Author: Ayesha Debnath

Heat Wave: ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ୧୫ ଓ ୧୬ ତାରିଖରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆସିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୧୫ ତାରିଖରେ ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ାରେ ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆସନ୍ତା ୧୬ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ଏବଂ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ବୁଧବାର ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାର ତାପମାତ୍ରା ୩୭ ଡିଗ୍ରି ରେକର୍ଡ କରାଯାଇଛି, ଯାହା ପୂର୍ବଦିନ ରେକର୍ଡ କରାଯାଇଥିବା ୩୩.୬ ଡିଗ୍ରି କୁ ଅତିକ୍ରମ କରିଛି। ଝାରସୁଗୁଡ଼ାରେ ତାପମାତ୍ରା ଗତକାଲି ତୁଳନାରେ ୪ ଡିଗ୍ରି ବଢ଼ିଛି। ଆଗାମୀ ଦିନରେ ତାପମାତ୍ରା ବୃଦ୍ଧି ଜାରି ରହିବ ଏବଂ…

Read More