Author: Ayesha Debnath

Pakistan: ଆତଙ୍କବାଦର ଅନ୍ତୁଡ଼ିଶାଳ ପାକିସ୍ତାନର ଆତଙ୍କ ପୃଷ୍ଠପୋଷକ ମାନେ ଏବେ ଅତ୍ୟନ୍ତ ବ୍ୟଥିତ । କାରଣ ହେଉଛି ଦାରିଦ୍ର୍ୟ, ଅନାହାର ଓ ଘରୋଇ ଆତଙ୍କବାଦ ପାକିସ୍ତାନକୁ ବିଭାଜନ ଆଡ଼କୁ ନେଉଥିବା ବେଳେ ଏବେ ପାକିସ୍ତାନୀ ତାଲିବାନ ପାକିସ୍ତାନକୁ ରକ୍ତାକ୍ତ କ୍ଷତ ଦେଉଛି । ପୁଣି କେତେବେଳେ ବେଲୁଚିସ୍ତାନର ବିଦ୍ରୋହୀ ଯୋଦ୍ଧା ପୁରା ଟ୍ରେନ୍ ଅପହରଣ କରିନେଇ ପାକ୍ ସେନାର ଦୁର୍ବଳତାକୁ ପଦାରେ ପକାଇ ଦେଉଛନ୍ତି । ଏହା ସମସ୍ତେ ଜାଣନ୍ତି ଯେ ଟିଟିପି ଏବଂ ବଲୁଚ ବିଦ୍ରୋହୀ ପାକିସ୍ତାନ ରୂପକ ଲଙ୍କାପୋଡ଼ିରେ ନିୟୋଜିତ ଅଛନ୍ତି । ଏହି ଦୁଇ ଫ୍ରଣ୍ଟରୁ ଯଦି ପାକିସ୍ତାନକୁ କିଛି କିଛି ଆଶ୍ୱସ୍ତି ମିଳେ ତେବେ ଅନ୍ଧାର ରାତିରେ ଆସେ ଅଜଣା ଆତତାୟୀ ଏବଂ ଶାହାବାଦ ସରକାରଙ୍କ ନିଦ ହଜାଇ ଦିଏ । ଠିକ୍ ଶୁଣିଲେ ,ପାକିସ୍ତାନ ଏବେ ମୁଖାଧାରୀ ଅଜଣା ଆତତାୟୀଙ୍କୁ ନେଇ ବ୍ୟସ୍ତ ଓ ବିବ୍ରତ । ସେମାନଙ୍କ ମୁହଁ କେହି ଦେଖିନି ।…

Read More