Author: Ayesha Debnath

Nagin 7: ଅନେକ ବର୍ଷ ଧରି ଏକତା କପୁରଙ୍କ ନାଗିନ ଫ୍ରାଞ୍ଚାଇଜ୍ ଟିଆରପି ତାଲିକାରେ ହଇଚଇ ସୃଷ୍ଟି କରିଛି। ଏବେ ଏହି ସୋ’ର ପରବର୍ତ୍ତୀ ସିଜିନ୍ କୁ ନେଇ ଖବର ଆସୁଛି। ନିକଟରେ ନାଗିନ୍ ୭ ସହ ଅଭିନେତ୍ରୀ ଇଶା ମାଲବିୟାଙ୍କ ନାମ ଯୋଡ଼ି ହୋଇଥିଲା। ଗତ କିଛି ସପ୍ତାହ ହେବ ଇଶା ମାଲବିୟାଙ୍କ ନାମ ଏକତା କପୁରଙ୍କ ଆଗାମୀ ସୋ’ ନାଗିନ୍ ୭ ସହ ଯୋଡ଼ି ହୋଇଛି। ଇଶାଙ୍କ ପୂର୍ବରୁ ଟେଲିଭିଜନର ଅନେକ ଅଭିନେତ୍ରୀ ନାଗିନ୍ ୭ ସହ ଯୋଡ଼ି ହୋଇସାରିଛନ୍ତି। ଏହି ତାଲିକାରେ ଅଙ୍କିତା ଲୋଖଣ୍ଡେ, ରୁବିନା ଦିଲାଇକ, ଆୟେଶା ସିଂ, ପ୍ରିୟଙ୍କା ଚହର ଚୌଧୁରୀ ଏବଂ ସୁମ୍ବୁଲ ତୌକିର ରହିଛନ୍ତି। ଇତିମଧ୍ୟରେ ଇଶା ମାଲବ୍ୟଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେବାରେ ଲାଗିଛି, ଯାହାକୁ ନେଇ ଲୋକମାନେ ନାଗିନ ୭ ସହ ଯୋଡ଼ି ହେଉଛନ୍ତି । ଟିଭି ଅଭିନେତ୍ରୀ ଇଶା ମାଲବିୟା ସୋସିଆଲ ମିଡିଆରେ ବହୁତ…

Read More