Author: Ayesha Debnath

Boudha: ଏକଦା ଆରାମଦାୟକ ପାଗ ପାଇଁ ପ୍ରସିଦ୍ଧ ବୌଦ୍ଦ ସହର ଏବେ ଦେଶର ସବୁଠାରୁ ଉତ୍ତପ୍ତ ସ୍ଥାନ ପାଲଟିଛି। ତିନିପାର୍ଶ୍ୱରେ ଘନ ଜଙ୍ଗଲ ଓ ଅନ୍ୟପଟେ ମହାନଦୀର ସୀମାନ୍ତରେ ଥିଲେ ମଧ୍ୟ ସୋମବାର ଦିନ ବୌଦ୍ଦ ସହରରେ ପ୍ରବଳ ଗରମ ଅନୁଭୂତ ହୋଇ ତାହା ୪୩.୫ ଡିଗ୍ରି ସେଲସିୟସରେ ପହଞ୍ଚିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୩ ଦିନ ଧରି ଶନିବାର ବୌଦ୍ଦରେ ସର୍ବାଧିକ ତାପମାତ୍ରା ୪୦.୫ ଡିଗ୍ରୀ, ରବିବାର ୪୨.୫ ଡିଗ୍ରୀ ଓ ସୋମବାର ୪୩.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଜ୍ୟର ଟିଟିଲାଗଡ଼ ଓ ବଲାଙ୍ଗୀର ଭଳି ତତଲା ସହର ତୁଳନାରେ ବୌଦ୍ଦ ଅଧିକ ତତଲା ସ୍ଥାନରେ କାହିଁକି ରହିଲା? ଏଥିସହ ପଶ୍ଚିମ ଓଡ଼ିଶା ପାଇଁ ୟେଲୋ, ଅରେଞ୍ଜ ଓ ରେଡ୍ ସୂଚନା କାହିଁକି ଜାରି ହୋଇଛି? ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ଆଇଏମଡି ସତର୍କ ସୂଚନା ଜାରି କରିବା ପରେ ସମସ୍ତେ…

Read More