Author: Ayesha Debnath

Class 1 admission: ଶିକ୍ଷାବିତ୍ ଓ ବିଶେଷଜ୍ଞଙ୍କ ସହ ବ୍ୟାପକ ଆଲୋଚନା ପରେ ଓଡ଼ିଶା ସରକାର ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନୁଯାୟୀ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ସର୍ବନିମ୍ନ ବୟସ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରୀୟ ଶିକ୍ଷାଗତ ମାନଦଣ୍ଡ ସହିତ ସମନ୍ୱିତ ହୋଇ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଏବଂ ଗଠନମୂଳକ ଶୈକ୍ଷିକ ବିକାଶସୁନିଶ୍ଚିତ କରିବା । ଓଡ଼ିଶାରେ ୨୦୨୫-୨୬ ଶିକ୍ଷାବର୍ଷରୁ ଏନଇପି ୨୦୨୦ ର କାର୍ଯ୍ୟକାରିତା ଆରମ୍ଭ ହେବ । ଏହି ପଦକ୍ଷେପର ଏକ ଅଂଶ ଭାବରେ, ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ଆନୁଷ୍ଠାନିକ ଭାବରେ ବୟସ ସୀମା ୬ ବର୍ଷ କିମ୍ବା ତା’ଠାରୁ ଅଧିକ ଧାର୍ଯ୍ୟ କରାଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ଉଚ୍ଚ ଶ୍ରେଣୀରେ ପହଞ୍ଚିବା ପୂର୍ବରୁ ପିଲାମାନଙ୍କୁ ଏକ ଦୃଢ଼ ମୌଳିକ ଶିକ୍ଷା ପ୍ରଦାନ କରି ସେମାନଙ୍କ ଶିକ୍ଷଣ ଅଭିଜ୍ଞତା ବୃଦ୍ଧି ପାଇବ…

Read More