Author: Ayesha Debnath

Delhi: ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କୁ ପୁଣି ଇଲାହାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯିବ। ଦେଶର ମୁଖ୍ୟ ନ୍ୟାୟମୂର୍ତ୍ତି (ସିଜେଆଇ) ସଞ୍ଜୀବ ଖନ୍ନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଗତ ସପ୍ତାହରେ ତାଙ୍କ ଆଧିକାରିକ ବଙ୍ଗଳାରେ ପ୍ରଚୁର ପରିମାଣରେ ନଗଦ ଟଙ୍କା ମିଳିବା ପରେ ଏହି ନିଷ୍ପତ୍ତି ନେଇଛି। ଘରେ ଲାଗିଲା ନିଆଁ, ନିଆଁ ଲିଭୁଲିଭୁ ମିଳିଲା ଟଙ୍କା ଜଷ୍ଟିସ ବର୍ମାଙ୍କ ଘରେ ନିଆଁ ଲାଗିବା ପରେ ଅଗ୍ନିଶମ ବାହିନୀକୁ ଡକାଯାଇଥିଲା। ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ବେଳେ ବିଚାରପତିଙ୍କ ଘରେ ଥିବା ଗୋଟିଏ ରୁମରେ ପ୍ରଚୁର କ୍ୟାସ୍ ଥିବା ଦେଖିବାକୁ ପାଇଥିଲେ। ସେହି ସମୟରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଂଚିଥିଲା। ପୋଲିସ ଅଧିକାରୀ ନିଜ ଉପର ଅଧିକାରୀଙ୍କୁ ନଗଦ ଟଙ୍କା ବାବଦରେ ସୂଚନା ଦେଇଥିଲେ। ଏହି ସୂଚନା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ପାଖରେ ପହଂଚିଥିଲା। ମିଡିଆ ରିପୋର୍ଟ ଅନୁସାରେ, ଏହି ଘଟଣା ୧୪ ମାର୍ଚରେ ହୋଲି ଉତ୍ସବ ସମୟରେ ଘଟିଥିଲା। ସେହି…

Read More