Author: Ayesha Debnath

Japan Tsunami: ସୁନାମୀ, ସମୁଦ୍ର ଯେତେବେଳେ କୂଳ ଲଂଘନ କରେ,ସେତେବେଳେ ଆସେ ସୁନାମୀ। ସୁନାମୀର ଭୟାବହତାକୁ ଭାରତ ଅଙ୍ଗେ ନିଭାଇଛି । ୨୦୦୪ର ସେହି ଭୟଙ୍କର ସୁନାମୀକୁ ଆସିବାର ୨୦ ବର୍ଷ ହୋଇଗଲାଣି । ତଥାପି ସେହି ଦିନ ଏଯାଏ ତାମିଲନାଡୁ ଓ ଆଣ୍ଡାମାନର ଜନତା ମନରେ ଅଲିଭା ଦାଗ ହୋଇ ରହିଯାଇଛି । ସୁନାମୀ ମାନେ ଜଳ ପ୍ରଳୟ । ପୁଣିଥରେ ଆସୁଛି ଆଉ ଗୋଟିଏ ଭୟଙ୍କର ସୁନାମୀ । ସୁନାମୀର ସମ୍ପର୍କ ଭୂକମ୍ପ ସହିତ । ଭୂକମ୍ପର ଭବିଷ୍ୟତବାଣୀ ଅସମ୍ଭ ହୋଇଥିବାରୁ ସୁନାମୀକୁ ନେଇ ଆଗୁଆ କିଛି କହି ହୁଏନା । ହଁ,ବଡ଼ଧରଣର ଭୂମିକମ୍ପ ଆସିବାର କିଛି ସମୟ ମଧ୍ୟରେ ସୁନାମୀ ଆଲର୍ଟ୍ ଜାରି ହୁଏ । କିନ୍ତୁ ମାସେ ,ଦୁଇମାସ ଆଗରୁ ସୁନାମୀକୁ ନେଇ ଭବିଷ୍ୟତବାଣୀ କ’ଣ ସମ୍ଭବ? ନିଶ୍ଚିତ ରୂପେ ଏହା ଅବିଶ୍ୱସନୀୟ । କିନ୍ତୁ ଜାପାନର ଜଣେ ଭବିଷ୍ୟତବକ୍ତା ଏଭଳି ଭବିଷ୍ୟତବାଣୀ କରିଛନ୍ତି ।…

Read More