Author: Ayesha Debnath

Thunderstorm: ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଓ ବଜ୍ରପାତ ସହ ପାଗ ଭିନ୍ନ ଭିନ୍ନ ଅନୁଭୂତ ହୋଇଛି। ସୂଚନାଯୋଗ୍ୟ, ଦୁଇ ସହର କଟକ ଓ ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରେ ସକାଳୁ ପ୍ରବଳ ବର୍ଷା ହୋଇଛି। ସକାଳୁ ହଠାତ୍ ବଦଳିଗଲା ପାଗର ମିଜାଜ୍ । ଘେରିଆସିଲା କଳା ମେଘ । ଅନ୍ଧାର ହୋଇଗଲା ଆକାଶ । ଦିନରେ ସୃଷ୍ଟି ହେଲା ସନ୍ଧ୍ୟାର ଭ୍ରମ । କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ପବନ ଏବଂ ବିଜୁଳି ଦେଖିବାକୁ ମିଳିଛି । ବର୍ଷାରେ ଭିଜୁଛି ଟ୍ୱିନସିଟି ଭୁବନେଶ୍ୱର-କଟକ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି । ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିଛି । ୟେଲୋ ଆଲର୍ଟ ଜାରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୫ଟି ଜିଲ୍ଲାରେ…

Read More