Author: Ayesha Debnath

ଭାରତୀୟ ଟେଷ୍ଟ ତଥା ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଘରେ ଖୁସି ଆସିଛି। ସେ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ରିତିକା ସାଜଦେହ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ରୋହିତ ଶର୍ମାଙ୍କର ମଧ୍ୟ ଏକ ଝିଅ ଅଛି, ଯାହାର ନାମ ସମାଇରା । ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଭାରତୀୟ ଅଧିନାୟକଙ୍କ ତାଙ୍କ ଫ୍ୟାନ୍ସ ମାନଙ୍କୁ ଖୁସି ଖବର ଦେଇଛନ୍ତି । ଏହାପରେ ସୋସିଆଲ ମିଡିଆରେ ଛୁଟିଲା ଶୁଭେଚ୍ଛାର ସୁଅ । ସୂଚନାଯୋଗ୍ୟ ଯେ, ଭାରତୀୟ ଟେଷ୍ଟ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ଯେଉଁଠାରେ ଗାଭାସ୍କର ଟ୍ରଫି ଅଧୀନରେ ୫ଟି ମ୍ୟାଚ୍ ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ । ପ୍ରଥମ ମ୍ୟାଚ୍ ୨୨ ନଭେମ୍ବରରୁ ପର୍ଥରେ ଖେଳାଯିବ । ଏହା ପୂର୍ବରୁ କୁହାଯାଇଥିଲା ଯେ ରୋହିତ ଶର୍ମା ପ୍ରଥମ ଟେଷ୍ଟରେ ଖେଳିପାରିବେ ନାହିଁ। କିନ୍ତୁ ବର୍ତ୍ତମାନ ସେ ଜଣେ ପିତା ହୋଇଥିବାରୁ ପର୍ଥ ଟେଷ୍ଟରେ ଖେଳିବା…

Read More