Author: Ayesha Debnath

ଆଜି ପର୍ଯ୍ୟନ୍ତ ଆମେ ସମସ୍ତେ ପଢ଼ିଛୁ ଏବଂ ଜାଣୁ ଯେ ସ୍ମୃତି କେବଳ ମସ୍ତିଷ୍କ ସହିତ ଜଡ଼ିତ ଥାଏ । କିନ୍ତୁ ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଶରୀରର ଅନ୍ୟାନ୍ୟ ଅଂଶ ମଧ୍ୟ ସ୍ମୃତିର ସଂରକ୍ଷଣ କରିଥାଏ। ଅନୁସନ୍ଧାନରେ ସେ ଦାବି କରିଛି ଯେ, ଶରୀରର ଅନ୍ୟ କୋଷଗୁଡ଼ିକ ମଧ୍ୟ ସ୍ମୃତି ସଞ୍ଚୟ କରିଥାଆନ୍ତି। ଏହି ଅଧ୍ୟୟନ ସ୍ମୃତି ସମ୍ବନ୍ଧୀୟ ରୋଗର ଚିକିତ୍ସା ପଦ୍ଧତିକୁ ବଦଳାଇପାରେ। ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଅଗ୍ରଣୀ ଲେଖକ ନିକୋଲାଇ ଭି କୁକୁସ୍କିନ୍ କହିଛନ୍ତି ଯେ, ଶରୀରର ଅନ୍ୟ କୋଷଗୁଡ଼ିକ ମଧ୍ୟ ସ୍ମୃତି ଶିଖିପାରିବେ ଏବଂ ସୃଷ୍ଟି କରିପାରିବେ। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ମସ୍ତିଷ୍କ କୋଷ ପରି, ଅଣ-ମସ୍ତିଷ୍କ କୋଷଗୁଡ଼ିକ ମଧ୍ୟ ନୂତନ ତଥ୍ୟର ଉତ୍ତରରେ ସ୍ମୃତି ଜିନକୁ ସକ୍ରିୟ କରିପାରିଥାନ୍ତି । ମସ୍ତିଷ୍କ କୋଷ ପରି ଶରୀରରେ ଥିବା ଅନ୍ୟ କୋଷଗୁଡ଼ିକ ମଧ୍ୟ ନୂତନ ସୂଚନାର ଉତ୍ତରରେ ସ୍ମୃତି ଜିନକୁ ସକ୍ରିୟ କରନ୍ତି…

Read More