Author: Ayesha Debnath

ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଧୋନିଙ୍କ ନାମରେ ୭ ଟଙ୍କିଆ ମୁଦ୍ରା ଜାରି କରାଯାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ପ୍ରଶଂସକମାନେ ଏହି ପୋଷ୍ଟଦେଖି ବହୁତ ଖୁସି ହୋଇଛନ୍ତି। ଆଇପିଏଲ୍ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳୁଥିବା ପୂର୍ବତନ ଭାରତୀୟ ଅଧିନାୟକ ଏମ୍ ଏସ୍ ଧୋନିଙ୍କୁ ନେଇ ଏକ ଗୁଜବ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଖବର ସୋସିଆଲ ମିଡିଆରେ ଖୁବ୍‍ ଭାଇରାଲ ହୋଇଥିଲା । କିନ୍ତୁ ଶେଷରେ ଏହା ମିଛ ସାବ୍ୟସ୍ତ ହୋଇଥିଲା। ଧୋନିଙ୍କ ନାଁରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୭ ଟଙ୍କିଆ ମୁଦ୍ରା ଜାରି କରିଥିବା ନେଇ ଗୁଜବ ପ୍ରଚାର ହୋଇଥିଲା। ଧୋନିଙ୍କୁ ସମ୍ମାନ ଦେବା ପାଇଁ ଆରବିଆଇ ଏହି ନିଷ୍ପତି ନେଇଛି । ୭ ନମ୍ବର ହେଉଛି ଧୋନିଙ୍କ ଟି-ସାର୍ଟ ସଂଖ୍ୟା। ତେବେ ଏହା କେବଳ ଏକ…

Read More