Author: Ayesha Debnath

ଆୟକର ପୈଠ କରୁଥିବା ଲୋକଙ୍କୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଆଶ୍ୱସ୍ତି ଦେଇଛି। ଏବେ ଆପଣ ଟିକସ ଉପରେ ଦେଢ଼ କୋଟି ଟଙ୍କା ପର୍ଯ୍ୟନ୍ତ ସୁଧ ଛାଡ଼ କରିପାରିବେ । ତେବେ ଏଥିରେ କିଛି ସର୍ତ୍ତ ମଧ୍ୟ ଯୋଡାଯାଇଛି । ଯଦି ଟିକସଦାତା ଏହି ସର୍ତ୍ତ ପୂରଣ କରନ୍ତି ତେବେ ହିଁ ସୁଧଛାଡ଼ ନିଷ୍ପତ୍ତି ନିଆଯିବ। ଆୟକର ଦାତାଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଟିକସ ଡିମାଣ୍ଡ ନୋଟିସ ଅନୁଯାୟୀ ଦେୟ ନ ଦେବା ଉପରେ ସୁଧ ବାବଦରେ ଟିକସ ଅଧିକାରୀମାନଙ୍କୁ କିଛି ରିହାତି ଦେଇଛି। କିଛି ସର୍ତ୍ତ ସହ ଏହି ରିହାତି ଦିଆଯାଇଛି। ଏହି ରିହାତି ଅନୁଯାୟୀ, ଅଧିକାର ବର୍ତ୍ତମାନ ଟିକସ ଉପରେ ସୁଧ ହ୍ରାସ କିମ୍ବା ଛାଡ଼ କରିପାରିବ । ସିବିଡିଟି ଏକ ସର୍କୁଲାର ଜାରି କରି କର୍ତ୍ତୃପକ୍ଷଙ୍କୁ ଆୟକର ଆଇନର ଧାରା ୨୨୦ ଅନୁଯାୟୀ ପ୍ରଦାନ କରାଯାଇଥିବା କିମ୍ବା ଦେୟଯୋଗ୍ୟ…

Read More