Author: Ayesha Debnath

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ । ବର୍ତ୍ତମାନ ତାଙ୍କ ରିଆଲିଟି ସୋ କୌନ ବନେଗା କରୋଡ଼ପତି ସିଜନ ୧୬ ହୋଷ୍ଟ କରୁଛନ୍ତି । ଏହି ଶୋ’ରେ ଅନେକ ସେଲିବ୍ରିଟି ଅଂଶଗ୍ରହଣ କରିଛନ୍ତି। ନିକଟରେ ତାଙ୍କ ଶୋ’ରେ ଏକ ସ୍ୱତନ୍ତ୍ର ଅତିଥି ଅଂଶଗ୍ରହଣ କରିଛନ୍ତି। ସେ ଆଉ କେହି ନୁହେଁ ବରଂ ତାଙ୍କ ପୁଅ ଅଭିଷେକ ବଚ୍ଚନ। ଅଭିଷେକ ବଚ୍ଚନ ତାଙ୍କ ଚଳଚ୍ଚିତ୍ର ‘ଆଇ ୱାଣ୍ଟ ଟୁ ଟକ୍‍ ‘ ପ୍ରମୋସନ ପାଇଁ ଶୋ’କୁ ଆସିଥିଲେ। ଏହି ଏପିସୋଡ଼ର ପ୍ରମୋ ନିକଟରେ ରିଲିଜ୍ ହୋଇଛି । ଚ୍ୟାନେଲ ଏହାର ଆଗାମୀ ଏପିସୋଡ଼ର ପ୍ରୋମୋ ସେୟାର କରିଛି। ଏହି ଭିଡିଓରେ ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ହାଲୁକା ବିବାଦ ଦେଖାଦେଇଛି। ଏହି ସମୟରେ ଅମିତାଭ ମଧ୍ୟ ଥଟ୍ଟା କରି କହିଛନ୍ତି ଯେ ଶୋ’ରେ ଅଭିଷେକଙ୍କୁ ଡାକି ସେ ଭୁଲ୍‍ କରିଛନ୍ତି। ପ୍ରୋମୋରେ ଅଭିଷେକ ତାଙ୍କ ପିତାଙ୍କ ଲାଇନ୍‌କୁ ବାରମ୍ଵାର କହୁଥିବାର ନଜର…

Read More