Author: Ayesha Debnath

ଆସିଯାଇଛି ଶୀତ । ଏହି ଋତୁରେ ପରିବେଶ ସୁନ୍ଦର ଦେଖାଯିବା ସହ ଶରୀର ମଧ୍ୟ ଫିଟ୍‌ ରହିଥାଏ । ଶୀତଋତୁ ଯେତିକି ଭଲ ସେତିକି ଖରାପ । ଶୀତଋତୁ ଆରମ୍ଭରୁ ହିଁ ଶରୀରରେ ଅନେକ ସମସ୍ୟା ଦେଖାଇଥାଏ । ଯେମିତିକି ଫେସ୍‌ ଡ୍ରାଏ ହୋଇଯାଏ, ସ୍କିନ୍‌ ଖରାପ ଦେଖାଯିବା ସହ ଗୋଡ଼ ମଧ୍ୟ ଫାଟିଥାଏ । ଏହାସହ ଥଣ୍ଡା, ଜର, ତଣ୍ଟି ବିନ୍ଧା ସହ ଅନେକ ସମସ୍ୟା ଦେଖା ଦେଇଥାଏ । ଏହାକୁ ଦୂର କରିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର ଔଷଧ ଖାଇଥାଉ । ଏହାକୁ ଦୂର କରିବାର ସହଜ ଉପାୟ ହେଉଛି କାଢ଼ା ଏବଂ ଚା’ । ଯାହାର ସାମଗ୍ରୀ ଆମ ସମସ୍ତଙ୍କ ରୋଷେଇ ଘରେ ରହିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ ଏବଂ ଥଣ୍ଡା, କାଶ ଭଳି ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ । ଏହା ବ୍ୟତୀତ, ଏହି ପାନୀୟଗୁଡ଼ିକ ହଜମ…

Read More