Author: Ayesha Debnath

କୌଣସି ଦଳ ପାଇଁ, ତାର ନେତା ଜଣେ ନେତା ବିପକ୍ଷ ଉପରେ ଆକ୍ରମଣାତ୍ମକ ହେବା ସହିତ ଆବଶ୍ୟକ ସମୟରେ ଦଳକୁ ରକ୍ଷା କରିବାରେ ମଧ୍ୟ ଯଦି ଢାଲ ସାଜେ,ତେବେ ସେ ଦଳ ପାଇଁ ସମ୍ବଳ ହୋଇଯାଆନ୍ତି । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ଏପରି ଡିଫେଣ୍ଡର ଓ ଆଟାକର ବୋଲି କୁହାଯାଇପାରେ। ସେ କଠିନ ସମୟରେ ଦଳର ଢାଲ ହୁଅନ୍ତି ତ ବିପକ୍ଷକୁ ଟାର୍ଗେଟ କରିବାରେ କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ। କିନ୍ତୁ ଏଥର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କ ବିରୁଦ୍ଧରେ ବୟାନ ଦେଇ ସେ ସମ୍ଭବତଃ ନିଜ ସୀମା ଲଂଘନ କରିଛନ୍ତି । ତେଣୁ ବିଜେପି ନିଜର ଏହି ଆକ୍ରାମକ ଡିଫେଣ୍ଡରଙ୍କୁ ଡିଫେଣ୍ଡ କରିବାରେ ଅସହଜ ଅନୁଭବ କରୁଛି । ଶନିବାର ଦିନ ଦୁବେ ସିଧାସଳଖ ସୁପ୍ରିମକୋର୍ଟକୁ ଟାର୍ଗେଟ କରିଥିଲେ। ସେ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କୁ ଦେଶରେ ଗୃହ ଯୁଦ୍ଧ ପାଇଁ ଦାୟୀ…

Read More