Author: Ayesha Debnath

 Allu Arjun-Atlee Project: ଆଟଲିଙ୍କ ସହ ଟଲିଉଡ ଆଇକନିକ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପରବର୍ତ୍ତୀ ଫିଲ୍ମର ଅଫିସିଆଲ ଘୋଷଣା ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢାଇଦେଇଛି । ଚଳିତ ମାସ ପ୍ରାରମ୍ଭରେ ବନିଙ୍କ ଜନ୍ମଦିନରେ ନିର୍ମାତା ଏଏ୨୨×ଏ୬ ର ପ୍ରସ୍ତୁତିର ଝଲକ ଦେଇଥିବା ବେଳେ ସଦ୍ୟତମ ରିପୋର୍ଟରୁ ଜଣାପଡିଛି ଯେ ଚଳଚ୍ଚିତ୍ରଟି ଲୁକ୍ ଟେଷ୍ଟ ସହିତ ଆରମ୍ଭ ହୋଇଛି। ଏହାବ୍ୟତୀତ ପୁଷ୍ପା ଅଭିନେତାଙ୍କୁ ଏକ ନୂଆ ଅବତାରରେ ଉପସ୍ଥାପିତ କରାଯିବ ବୋଲି ରିପୋର୍ଟରେ କୁହାଯାଇଛି। ଆରମ୍ଭ ହେଲା ଅଲ୍ଲୁ ଅର୍ଜୁନ-ଆଟଲିଙ୍କ ମହତ୍ତ୍ୱାକାଂକ୍ଷୀ ପ୍ରୋଜେକ୍ଟ ସୂଚନା ଅନୁଯାୟୀ, ପୁଷ୍ପା-୨: ଦ ରୁଲ୍ ର ବିପୁଳ ସଫଳତା ପରେ ଅଲ୍ଲୁ ଅର୍ଜୁନ ଆନୁଷ୍ଠାନିକ ଭାବେ ଆଟଲିଙ୍କ ସହ ତାଙ୍କର ପରବର୍ତ୍ତୀ ବଡ଼ ଚଳଚ୍ଚିତ୍ର ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମେଗା ପ୍ରୋଜେକ୍ଟ ଟି ରବିବାର ଠାରୁ ଲୁକ୍ ଟେଷ୍ଟ ଏବଂ କନସେପ୍ଟ ଫଟୋସୁଟ୍ ସହ ଫ୍ଲୋରରେ ସୁଟିଂ ଆରମ୍ଭ ହୋଇଛି । ମୁମ୍ବାଇର ବାନ୍ଦ୍ରାସ୍ଥିତ ମେହବୁବ ଷ୍ଟୁଡିଓରେ…

Read More