Author: Ayesha Debnath

BJP: ରାଜ୍ୟରେ ବିଜେପି ଶାସନ ଚାଲିଛି। ଲୋକେ ଆକୁଣ୍ଠ ସମର୍ଥନ ଦେଉଛନ୍ତି ହେଲେ ନେତୃତ୍ୱ ନେବାକୁ ନେତା କିଏ ହେବେ ତାହା ସ୍ଥିର ହୋଇପାରୁନି। ସରକାରରେ ଯେମିତି ଜଣେ ମନ୍ତ୍ରୀ ଅନେକ ଦାୟିତ୍ୱକୁ ସମ୍ଭାଳିଛନ୍ତି ଠିକ୍‍ ସେମିତି ଦଳର ମଙ୍ଗୁଆଳ ତଥା ସଭାପତିଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ବି ନୂଆ ସଭାପତି ନିଯୁକ୍ତି ହୋଇପାରୁ ନାହିଁ। ଅର୍ଥାତ୍‍ ରାଜ୍ୟରେ ଦଳ ଏବଂ ସରକାର ଅନିଶ୍ଚିତତାରେ ଗତି କରୁଛନ୍ତି। ଅପରପକ୍ଷେ ଦୀର୍ଘ ଦିନ ହେଲା ବିବାଦରେ ଫଶି ଥିବା ବିଜେଡି ନିଜ ସଂଗଠନର ସଭାପତି ଭାବେ ପୁଣିଥରେ ନବୀନଙ୍କୁ ନିର୍ବାଚିତ ଘୋଷଣା କରିଛି। ୧୮ ଜିଲ୍ଲାସଭାପତିଙ୍କ ନାଁ ଘୋଷଣା ବି ଶେଷ ହୋଇଛି। କ୍ରମାଗତଭାବେ ଷଷ୍ଠ ଥର ପାଇଁ ହାରିବା ପରେ ପ୍ରାୟ ୭ ମାସ କଂଗ୍ରେସ ମୁଖ୍ୟ ବିହୀନ ହୋଇଥିଲା । ଶେଷରେ କଂଗ୍ରେସ ହାଇକମାଣ୍ଡ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଅଣକଂଗ୍ରେସର ଟାଣୁଆ ନେତା ଭକ୍ତ ଦାସଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ…

Read More