Author: NAZMEEN PARWEEN

ଆଚାର୍ଯ୍ୟ ଚାଣକ୍ୟଙ୍କ ଚିନ୍ତାଧାରା କେବଳ ଶାସନ ଏବଂ ରାଜନୀତି ପର୍ଯ୍ୟନ୍ତ ସୀମିତ ନଥିଲା। ସେ ମାନବ ଆଚରଣ, ସାମାଜିକ ମାନଦଣ୍ଡ ଏବଂ ବିଶେଷକରି ମହିଳାଙ୍କ ଶକ୍ତି ଉପରେ ମଧ୍ୟ ବିଶେଷ ଆଲୋକପାତ କରିଥିଲେ। ଚାଣକ୍ୟଙ୍କ ନୀତି ଅନୁସାରେ ଜଣେ ମହିଳାଙ୍କ ପ୍ରକୃତ ସୌନ୍ଦର୍ଯ୍ୟ ତାଙ୍କ ଶାରୀରିକ ରୂପରେ ନୁହେଁ ବରଂ ତାଙ୍କ ଗୁଣ ଏବଂ ଜ୍ଞାନରେ ରହିଥାଏ । ଚାଣକ୍ୟ ନୀତିରେ, ଆଚାର୍ଯ୍ୟ ଚାଣକ୍ୟ ଚତୁର ଏବଂ ପ୍ରଭାବଶାଳୀ ମହିଳାଙ୍କ ପାଇଁ ନଅଟି ଗୁଣ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଯାହା ମହିଳାଙ୍କୁ ସମାଜରେ ଏକ ଅନନ୍ୟ ପରିଚୟ ଏବଂ ସମ୍ମାନ ପ୍ରଦାନ କରିଥାଏ। ଚାଣକ୍ୟଙ୍କ ଅନୁଯାୟୀ, ଏପରି ଗୁଣ ଥିବା ମହିଳାମାନେ କେବଳ ନିଜ ପାଇଁ ନୁହେଁ ବରଂ ପୂରା ପରିବାର ପାଇଁ ସୌଭାଗ୍ୟବତୀ ହୋଇଥାନ୍ତି। ସେମାନଙ୍କ ଜ୍ଞାନ ଏବଂ କଠିନ ପରିଶ୍ରମ କାରଣରୁ ପରିବାର ଭାଗ୍ୟ ପରିବର୍ତ୍ତନ ହୋଇଥାଏ। ସ୍ୱାଧୀନ ଚିନ୍ତାଧାରା ଜଣେ ଜ୍ଞାନୀ ମହିଳା ନିଜ ଚିନ୍ତାଧାରାର…

Read More