Author: NAZMEEN PARWEEN

ଓଡ଼ିଶା ରାଜନୀତିରେ କଂଗ୍ରେସ ଦଳର ଅବସ୍ଥାକୁ ବୁଝିବା ପାଇଁ ଆଜି କୌଣସି ନୂଆ ଗଣିତ କିମ୍ବା ଅସାଧାରଣ ବିଶ୍ଳେଷଣର ଆବଶ୍ୟକତା ନାହିଁ। ପ୍ରାୟ ୨୬ ବର୍ଷ ଧରି ରାଜ୍ୟରେ ହୋଇଥିବା ସମସ୍ତ ପ୍ରକାର ନିର୍ବାଚନ; ସାଧାରଣ ନିର୍ବାଚନ, ବିଧାନସଭା, ରାଜ୍ୟସଭା, ଉପନିର୍ବାଚନ-ସବୁଥିରେ ଗୋଟିଏ ଦୃଶ୍ୟ ପୁନରାବୃତ୍ତି ହୋଇଆସୁଛି। କଂଗ୍ରେସ ଲଢ଼ୁଛି, କିନ୍ତୁ ଜିତିପାରୁନାହିଁ। ସଂଘର୍ଷ ଅଛି, କିନ୍ତୁ ସଫଳତାର ସ୍ୱାଦ ନାହିଁ। ଏହି ଦୀର୍ଘ ବିଫଳତାର ପଛରେ କେବଳ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ନୁହେଁ, ବରଂ କିଛି ଗଭୀର ଐତିହାସିକ କଳଙ୍କ, ଆଭ୍ୟନ୍ତରୀଣ କନ୍ଦଳ ଓ ନୀତିହୀନ ଦଳୀୟ ଚର୍ଯ୍ୟା ଜଡ଼ିତ ରହିଛି। କଳଙ୍କିତ ଇତିହାସର ଭାର କଂଗ୍ରେସ ଦଳ ଓଡ଼ିଶାରେ ଆଜି ଯାହା କିଛି ଭୋଗୁଛି, ତାହାର ମୂଳ ଗଭୀରଭାବେ ଜଡ଼ିତ ରହିଛି ଦଳର ଶାସନକାଳୀନ କଳଙ୍କିତ ଘଟଣାମାନଙ୍କ ସହ। ୧୯୮୪ର ଛବିରାଣୀ ହତ୍ୟାକାଣ୍ଡ ଓ ୧୯୯୯ ଜାନୁଆରୀ ୯ର ଅଞ୍ଜନା ମିଶ୍ର ଗଣବଳାତ୍କାର- ଏହି ଦୁଇଟି ଘଟଣା କେବଳ ଆଇନ…

Read More