Author: NAZMEEN PARWEEN

ଓଡ଼ିଶା ରାଜନୀତିରେ ଯଦି “ଧୂର୍ତ୍ତତା”କୁ ରାଜନୈତିକ ବୁଦ୍ଧି, ସମୟ ବୁଝିବା କ୍ଷମତା ଓ ସୁଯୋଗକୁ ନିଜ ପକ୍ଷରେ ଘୁଞ୍ଚାଇ ନେବା ଦକ୍ଷତା ଭାବେ ବ୍ୟାଖ୍ୟା କରାଯାଏ, ତେବେ ସେହି ତାଲିକାର ଶୀର୍ଷରେ ଥିବା ନାମ ହେଉଛି- ନବୀନ ପଟ୍ଟନାୟକ। ଏହା ନିନ୍ଦା ନୁହେଁ, ବରଂ ଓଡ଼ିଶାର ୨୮ ବର୍ଷର ରାଜନୀତିକ ଅଭିଜ୍ଞତାରୁ ଉପଜିଥିବା ଏକ ମୂଲ୍ୟାଙ୍କନ। ଭାରତୀୟ ରାଜନୀତିରେ ଦିବଂଗତ ରାମ ବିଳାସ ପାଶୱାନ କିମ୍ବା ଅଜିତ ପାୱାରଙ୍କ ଭଳି ନବୀନ ପଟ୍ଟନାୟକ ମଧ୍ୟ ଏକ ପ୍ରକାର “ରାଜନୈତିକ ପାଣିପାଗ ବିଜ୍ଞାନୀ”। କେନ୍ଦ୍ରରେ କେଉଁ ଦଳ କ୍ଷମତାକୁ ଆସିବ, ସେଥିରେ କିପରି ନିଜକୁ ଖାପ ଖୁଆଇବା- ଏହା ତାଙ୍କ ରାଜନୀତିର ମୂଳ ଧାରା। ୨୦୦୯ ଓ ୨୦୧୪ ନିର୍ବାଚନ ପରବର୍ତ୍ତୀ ଘଟଣାକ୍ରମ ଏହାର ସ୍ପଷ୍ଟ ଉଦାହରଣ। ଏହି ପୃଷ୍ଠଭୂମିରେ ଏବେ ପ୍ରଶ୍ନ ଉଠୁଛି- ଚତୁର୍ଥ ରାଜ୍ୟସଭା ଆସନ ପାଇଁ ଭକ୍ତ ଚରଣ ଦାସ ଦେଇଥିବା ପ୍ରସ୍ତାବକୁ ନବୀନ ପଟ୍ଟନାୟକ ଗ୍ରହଣ କରିବେ…

Read More