Author: NAZMEEN PARWEEN

ଓଡ଼ିଶାର ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ପୁନର୍ଗଠନ, ଘରୋଇକରଣ ଓ ପ୍ରଯୁକ୍ତି ନବୀକରଣକୁ ନେଇ ଦୀର୍ଘଦିନ ଧରି ଯେଉଁ ଆଶା–ଆକାଂକ୍ଷା ତିଆରି ହୋଇଆସୁଥିଲା, ସେହି ଆଶା ଆଜି ନୂଆ ପ୍ରଶ୍ନର ସମ୍ମୁଖୀନ। ଟାଟା ପାୱାର ଦ୍ୱାରା ଓଡ଼ିଶାର ବିଭିନ୍ନ ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରର ଦାୟିତ୍ୱ ନେବା ପରେ ସେବା ଉନ୍ନତି, କ୍ଷତି କମିବା ଓ ଗ୍ରାହକ-ମୂଖୀ ପ୍ରଶାସନର ଆଶ୍ୱାସନ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଯେଉଁ ପ୍ରଶ୍ନଗୁଡ଼ିକୁ ଉଠାଇଛି, ସେଗୁଡ଼ିକ କେବଳ ଏକ କମ୍ପାନୀର ଆର୍ଥିକ ଯୋଜନାକୁ ନୁହେଁ, ସମଗ୍ର ବିଦ୍ୟୁତ୍ ବଣ୍ଟନ ମଡେଲ୍‌କୁ ମଧ୍ୟ ଆଇନା ଦେଖାଇଦେଉଛି। ଶୁଳ୍କ ବୃଦ୍ଧି ନାହିଁ—ତଥାପି ଭାର କାହିଁକି? ଟାଟା ପାୱାର ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍—ଟାଟା ପାୱାର ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡ଼ିଏଲ)—୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କୌଣସି ଶୁଳ୍କ ବୃଦ୍ଧି ପ୍ରସ୍ତାବ ରଖିନଥିବା କଥା କହୁଥିଲେ ମଧ୍ୟ, ୬,୮୫୧.୬୯କୋଟି ଟଙ୍କାର ସାମଗ୍ରିକ ରାଜସ୍ୱ ଆବଶ୍ୟକତା (ଏଆରଆର)…

Read More