Author: NAZMEEN PARWEEN

ଶୁକ୍ରବାର ନମାଜ—ଇସଲାମ ଧର୍ମର ସବୁଠାରୁ ପବିତ୍ର ଓ ଗମ୍ଭୀର ସମୟ। ଯେଉଁ ଦିନ ଶ୍ରଦ୍ଧାଳୁମାନେ ଆତ୍ମଶୁଦ୍ଧି, ଶାନ୍ତି ଓ ସମୁଦାୟିକ ଏକତାର ଆଶାରେ ଇବାଦତ୍‌ଖାନାରେ ଏକତ୍ରିତ ହୁଅନ୍ତି। କିନ୍ତୁ ସେହି ପବିତ୍ର ସମୟକୁ ଇସଲାମାବାଦର ଶେହଜାଦ ଟାଉନ ଅଞ୍ଚଳରେ ଘଟିଥିବା ଏକ ନିର୍ମମ ଆତ୍ମଘାତୀ ଆକ୍ରମଣ ରକ୍ତରଞ୍ଜିତ କରିଦେଲା। ତରଲାଇ ଇମାମବାରଗାରେ ଘଟିଥିବା ଏହି ବିସ୍ଫୋରଣରେ ଅତି କମରେ ୩୧ ଜଣଙ୍କ ମୃତ୍ୟୁ ଏବଂ ୧୬୯ ଜଣଙ୍କ ଆହତ ହେବାର ଖବର ପାକିସ୍ତାନ ସହ ସମଗ୍ର ଦକ୍ଷିଣ ଏସିଆକୁ ଆତଙ୍କିତ କରିଦେଇଛି। ଏହି ଘଟଣା କେବଳ ଆଉ ଗୋଟିଏ ଆତଙ୍କବାଦୀ ଆକ୍ରମଣ ନୁହେଁ। ଏହା ପାକିସ୍ତାନର ଭିତରୁ ଭିତରେ ଚାଲିଥିବା ସୁରକ୍ଷା ସଙ୍କଟ, ଧାର୍ମିକ ଧ୍ରୁବୀକରଣ, ରାଜନୈତିକ ଅସ୍ଥିରତା ଓ ଆଞ୍ଚଳିକ ଆତଙ୍କବାଦୀ ନେଟୱାର୍କର ଏକ ଭୟଙ୍କର ପ୍ରତିବିମ୍ବ। ଇମାମବାରଗା: ଶୋକ ଓ ଆସ୍ଥାର ସ୍ଥଳରେ ରକ୍ତ ଇମାମବାରଗା କିମ୍ବା ଇମାମବାଡା ସିଆ ମୁସଲମାନଙ୍କ ପାଇଁ ଏକ ଅତ୍ୟନ୍ତ ପବିତ୍ର ସ୍ଥାନ।…

Read More