Author: NAZMEEN PARWEEN

ପୋଲିସ ସୁଧାର, ରାଜ୍ୟ ସରକାରଙ୍କ ଅସହଯୋଗ ଓ ଆଇନର ଆଧିପତ୍ୟ ଉପରେ ଏକ କଠୋର ସନ୍ଦେଶ, ଭାରତୀୟ ପ୍ରଶାସନିକ ବ୍ୟବସ୍ଥାରେ କେତେକ ପଦବୀ ଏମିତି ଅଛି, ଯାହା କେବଳ ଦରମା ବା ରାଜକୀୟ ମର୍ଯ୍ୟାଦାର ପ୍ରତୀକ ନୁହେଁ, ବରଂ ରାଜ୍ୟର ଆଇନ–ଶୃଙ୍ଖଳା, ନାଗରିକଙ୍କ ସୁରକ୍ଷା ଓ ଗଣତନ୍ତ୍ରର ଭରସା ସହ ଗଭୀରଭାବେ ଜଡ଼ିତ। ରାଜ୍ୟ ପୋଲିସର ମୁଖ୍ୟ—ଡାଇରେକ୍ଟର୍ ଜେନେରାଲ୍ ଅଫ୍ ପୋଲିସ (ଡିଜିପି)—ସେଇ ପଦବୀମାନଙ୍କ ମଧ୍ୟରେ ଗୋଟିଏ। ଏହି ପଦବୀକୁ ‘ଆକ୍ଟିଂ’ ବା ‘ଭାରପ୍ରାପ୍ତ’ ଭାବେ ଦୀର୍ଘ ସମୟ ଧରି ରଖିବା ପ୍ରଥାକୁ ନେଇ ଏବେ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ କଠୋର ଟିପ୍ପଣୀ କରିଛନ୍ତି, ତାହା କେବଳ ଏକ ଆଇନଗତ ଆଦେଶ ନୁହେଁ; ଏହା ରାଜ୍ୟ ସରକାରମାନଙ୍କ ପାଇଁ ଏକ ନୀତିଗତ ଚେତାବନୀ। ନ୍ୟାୟାଳୟ ‘ଆକ୍ଟିଂ ଡିଜିପି’ ସଂସ୍କୃତିକୁ ଖୋଲାଖୋଲି ନିନ୍ଦା କରିବା ସହ ସଂଘ ଲୋକସେବା ଆୟୋଗ କୁ ଏହି ସନ୍ଦେଶ ଦେଇଛନ୍ତି ଯେ, ଯଦି ରାଜ୍ୟ ସରକାରମାନେ ଡିଜିପି…

Read More