Author: NAZMEEN PARWEEN

ରାଜନୀତିରେ କେତେକ ସମୟରେ ବିରୋଧୀଙ୍କ ଆକ୍ରମଣଠାରୁ ଅଧିକ ଘାତକ ହୁଏ—ନିଜ ଦଳର ମଞ୍ଚରୁ ଆସିଥିବା ପ୍ରଶ୍ନ। ଓଡ଼ିଶା ରାଜନୀତିରେ ଏବେ ସେହି ପରିସ୍ଥିତି ଦେଖାଦେଇଛି। ରାଜ୍ୟସଭାରେ ବିଜେଡି ସାଂସଦ ମାନସ ମଙ୍ଗରାଜ ପଚାରିଥିବା ଏକ ପ୍ରଶ୍ନ ଦଳର ଦୀର୍ଘ ଶାସନକାଳୀନ ବିଫଳତାକୁ ପୁଣି ଉଜାଗର କରିଛି। ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଶିକ୍ଷାରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ସଂସଦରେ ଯେଉଁ ତଥ୍ୟ ରଖିଲେ, ତାହା ନୂଆ ସରକାରକୁ ଯେତିକି କାଠଗଡ଼ାକୁ ଆଣିଲା, ତା’ଠାରୁ ଅଧିକ କାଠଗଡ଼ାରେ ଠିଆ କରିଦେଲା—ବିଜେଡିର ଶାସନକାଳକୁ। ଏହା କୌଣସି ପରିସଂଖ୍ୟାନ–ଆଧାରିତ ଟିକାଟିପ୍ପଣୀ ନୁହେଁ। ଏହା ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଏକ ନଗ୍ନ ଚିତ୍ର—ଯେଉଁଠି ଯୋଜନା, ଘୋଷଣା ଓ ବିଜ୍ଞାପନର ଆଳରେ ଛାତ୍ରଛାତ୍ରୀଙ୍କ ଜୀବନ ଓ ଭବିଷ୍ୟତ ଧୀରେ ଧୀରେ ନଷ୍ଟ କରାଯାଇଛି। ଏକ ପ୍ରଶ୍ନ, ଅନେକ ଅର୍ଥ ମାନସ ମଙ୍ଗରାଜଙ୍କ ପ୍ରଶ୍ନ ଦେଖିବାକୁ ଅତି ସାଧାରଣ—ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ଡ୍ରପଆଉଟ୍ ହାର କେତେ? କିନ୍ତୁ…

Read More