Author: NAZMEEN PARWEEN

ଭାରତୀୟ ଗଣତନ୍ତ୍ରର ମୂଳ ଆଧାର ହେଉଛି ମୁକ୍ତ, ସ୍ୱଚ୍ଛ ଓ ନିର୍ଭୟ ନିର୍ବାଚନ। ଏହି ନିର୍ବାଚନ ପ୍ରକ୍ରିୟାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତି ହେଉଛି ଭୋଟର ତାଲିକା। ଭୋଟର ତାଲିକାର ସଠିକତା ଉପରେ ଯଦି ସନ୍ଦେହ ରହିଯାଏ, ତେବେ ସମ୍ପୂର୍ଣ୍ଣ ନିର୍ବାଚନୀ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲାଗିଯାଏ। ସେଇ କାରଣରୁ ନିର୍ବାଚନ କମିଶନ ଦ୍ୱାରା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟା ଏକ ସାମ୍ବିଧାନିକ ଓ ଅନିବାର୍ଯ୍ୟ କାର୍ଯ୍ୟ। କିନ୍ତୁ ଯେତେବେଳେ ଏହି ସାମ୍ବିଧାନିକ ପ୍ରକ୍ରିୟାକୁ ରାଜନୈତିକ ଅସ୍ତ୍ର ଭାବେ ଉପଯୋଗ କରିବାର ଚେଷ୍ଟା ହୁଏ, ସେତେବେଳେ ସଂବିଧାନ, ସଂସ୍ଥା ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ସଂଘର୍ଷ ଅନିବାର୍ଯ୍ୟ ହୋଇଯାଏ। ପଶ୍ଚିମବଙ୍ଗରେ ଚାଲିଥିବା ଏସ୍‌ଆଇଆର୍ ପ୍ରକ୍ରିୟାକୁ ନେଇ ହୋଇଥିବା ଏହି ବିବାଦ ସେଇ ସଂଘର୍ଷର ଏକ ଜୀବନ୍ତ ଉଦାହରଣ। ସୁପ୍ରିମକୋର୍ଟର କଡ଼ା ବାର୍ତ୍ତା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦ୍ୱାରା ଦାଖଲ ହୋଇଥିବା ପିଟିସନ…

Read More