Author: NAZMEEN PARWEEN

ସୁନା ଓ ରୂପା ଦର କିଛି ସମୟର ହ୍ରାସ ପରେ ପୁଣି ବଢିବା ଆରମ୍ଭ କରିଛି। ୨୩ ଡିସେମ୍ବର ସୋମବାର ସୁନା ଓ ରୂପା ଦର ପୁଣି ବଢିଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (ଆଇବିଜେଏ) ଅନୁସାରେ ସୋମବାର ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦରରେ ୭୮୭ ଟଙ୍କା ବୃଦ୍ଧି ସହ ୭୬,୧୬୪ ଟଙ୍କାକୁ ପହଞ୍ଚି ଯାଇଛି। ଏହା ପୂର୍ବରୁ ଶୁକ୍ରବାର ଏହି ଦର ୭୫, ୩୭୭ ଟଙ୍କା ଥିଲା। ସେହିପରି ରୂପା ଦର ମଧ୍ୟ ବଢିଛି। କେଜି ପିଛା ୨,୨୬୭ଟଙ୍କା ମହଙ୍ଗା ହୋଇ ୮୭,୪୦୦ ଟଙ୍କା ହୋଇଯାଇଛି।  ଏହା ପୂର୍ବରୁ ଶୁକ୍ରବାର ରୂପା କେଜି ପିଛା ଦର ୮୫,୧୩୩ ଟଙ୍କା ଥିଲା। ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୩୦ ତାରିଖ ଦିନ ସୁନା ନିଜର ସର୍ବକାଳୀନ ଉଚ୍ଚତମ ସ୍ତର ୭୯,୬୮୧ ଟଙ୍କା ପ୍ରତି ୧୦ ଗ୍ରାମକୁ ପହଞ୍ଚିଥିଲା। ସେହିପରି ରୂପା ଅକ୍ଟୋବର ୨୩ ତାରିଖ ଦିନ କେଜି…

Read More