Author: NAZMEEN PARWEEN

ପେଗାସସ ମାମଲାରେ ହ୍ୱାଟ୍ସଆପର ବଡ଼ ବିଜୟ, NSO ଗ୍ରୁପ୍‌କୁ ଲାଗିଲା ଝଟକାପେଗାସସ୍ ସ୍ପାଏଓୟାର ପଛରେ ଥିବା ଇସ୍ରାଏଲ କମ୍ପାନି ଏନଏସଓ ଗ୍ରୁପ୍‌ ଆଣ୍ଡ୍‌ ଟେକ୍ନୋଲୋଜି ଏବଂ ହ୍ୱାଟ୍ସଆପ ମଧ୍ୟରେ ଚାଲିଥିବା ଏକ ମାମଲାରେ ଇନଷ୍ଟାଣ୍ଟ ମେସେଜିଂ ଆପ୍‌କୁ ମିଳିଛି ଏହି ବିଜୟ। ତଥ୍ୟ ଚୋରି ମାମଲାକୁ ନେଇ ୨୦୧୯ରେ ହ୍ୱାଟ୍ସଆପ ଆମେରିକାରେ ଆବେଦନ କରିଥିଲା। ଆଉ ଏହି ମାମଲାର ରାୟ ହ୍ବାଟ୍ସଆପ୍‌ ସପକ୍ଷରେ ଆସିଛି। ଏମିତିରେ ଏହି ରାୟକୁ ହ୍ୱାଟ୍ସଆପ ପାଇଁ ଏକ ବଡ଼ ମାଇଲଖୁଣ୍ଟ ଭାବରେ ଦେଖାଯାଉଛି। ମୋକଦ୍ଦମାରେ ଏନଏସଓ ଗ୍ରୁପ ଉପରେ ଅଭିଯୋଗ ରହିଥିଲା ଯେ, ଏନଏସଓ ଗ୍ରୁପ୍‌ ୨୦୧୯ମେ ମାସରେ ଦୁଇ ସପ୍ତାହରେ ସାମ୍ବାଦିକ, ମାନବାଧିକାର କର୍ମୀ ଏବଂ ସରକାରୀ ଅଧିକାରୀଙ୍କ ସମେତ ୧୪୦୦ ଜଣକ ଫୋନକୁ ଭାଇରସ ଦ୍ବାରା ଇନଫେକ୍ଟ କରିବା ଏବଂ ନିରୀକ୍ଷଣ କରିବା ପାଇଁ ପେଗାସସର ବ୍ୟବହାର କରିଥିଲା।  ହ୍ୱାଟ୍ସଆପଦର୍ଶାଇଥିଲା ଯେ, ଏନଏସଓ ଏହି ଭାଇରାସକୁ ହ୍ୱାଟ୍ସଆପର ବିନା ଅନୁମତିରେ ଟ୍ରାକ କରିବା…

Read More