Author: NAZMEEN PARWEEN

ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଭିତରକନିକାର ସ୍ଵତନ୍ତ୍ର ସ୍ଥାନ ରହିଛି । ବଉଳା କୁମ୍ଭୀରଙ୍କ ଅନ୍ତୁଡିଶାଳ ଭାବେ ଭିତରକନିକା ବେଶ୍ ପରିଚିତ । ଯେଉଁଥି ପାଇଁ ଦେଶ ବିଦେଶର ପର୍ଯ୍ୟଟକମାନେ ଭିଡ ଜମାଇଥାନ୍ତି ଭିତରକନିକାରେ । ଭିତରକନିକାର ଧଳା କୁମ୍ଭୀର, ବିଭିନ୍ନ ରଙ୍ଗ ବେରଙ୍ଗର ପକ୍ଷୀ,ଦଳ ଦଳ ହରୀଣ ପଲ , ମିୟୁଜିୟମ,ବୋଟ୍ଟ ଲାଇବ୍ରେରୀ,ସ୍କାଏ ଓ୍ଵାକ୍,ମ୍ୟାନଗ୍ରୁପ୍ ନର୍ସରୀ ଓ ନଦୀରେ ନୌବିହାର ପର୍ଯ୍ୟଟକମାନଙ୍କୁ ଆନମନା କରେ । ଯେଉଁଥି ପାଇଁ ହଜାର ହଜାର ପର୍ଯ୍ୟଟକ ଭିଡ଼ ଜମାଉଛନ୍ତି । ଜଙ୍ଗଲ ଉପରେ କାଠ ପୋଲରେ ୬୦୦ ମିଟର ଚାଲିଚାଲି ପ୍ରକୃତିର ଶୋଭାରାଜିକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ଭିତରକନିକା ବୁଲିବାକୁ ହେଲେ ପର୍ଯ୍ୟଟକମାନେ ଗୁପ୍ତି,ଖୋଳା ପଟେ ଜଳପଥ ଦେଇ ପ୍ରବେଶ କରିପାରିବେ ଓ ସ୍ଥଳ ପଥରେ ଡାଙ୍ଗମାଳ ମୁଖ୍ୟ ଫାଟକ ଦେଇ ଭିତରକନିକା ବୁଲିପାରିବେ । ପର୍ଯ୍ୟଟକମାନେ ଭିତରକନିକା ରେ ରାତ୍ରୀଯାପନ କରିବାକୁ ହେଲେ ଡାଙ୍ଗମାଳ ନେଚର କ୍ୟାମ୍ପରେ ବନବିଭାଗ ପକ୍ଷରୁ କଟେଜ…

Read More