Author: NAZMEEN PARWEEN

ଝାରସୁଗୁଡ଼ା-ଗୋଣ୍ଡିଆ ଟ୍ରେନ୍ ଝାରସୁଗୁଡ଼ା ଷ୍ଟେସନରେ ପ୍ରବେଶ କରୁଥିବା ବେଳେ ଟ୍ରେନ ସର୍ଟସର୍କିଟ୍ ହେବାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜଙ୍କସନର ପ୍ଲାଟଫର୍ମ-୨ରେ ପାସେଞ୍ଜର ଟ୍ରେନ୍ ପ୍ରବେଶ କରୁଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ସଙ୍ଗେ ସଙ୍ଗେ ସମସ୍ତ ବଗିରେ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ ହେବା ସହ ପ୍ରବଳ ଶବ୍ଦ ହୋଇଥିଲା। ସର୍ଟସର୍କିଟ ପରେ କିଛି ବଗିରେ ଥିବା କିଛି ବିଦ୍ୟୁତ ଉପକରଣ ଉଡ଼ିଯିବାରୁ ଘନ ଧୂଆଁ ବଗିଗୁଡ଼ିକୁ ଘେରି ଯାଇଥିଲା। ପ୍ରଚଣ୍ଡ ଶବ୍ଦ, ହଠାତ ବିଦ୍ୟୁତ୍ କାଟ ଓ ପ୍ରବଳ ଧୂଆଁ ବାହାରିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଟ୍ରେନ୍ ଟି ଗୁରୁତର ଦୁର୍ଘଟଣାଗ୍ରସ୍ତ ହେବା ଭୟରେ ସେମାନେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। କିନ୍ତୁ ପରେ ରେଳବାଇ ସୂତ୍ରରୁ ଜଣାପଡ଼ିଥିଲା ଯେ ଟ୍ରେନ୍ରେ ଥିବା ସମସ୍ତ ଯାତ୍ରୀ ଓ ରେଳ କର୍ମଚାରୀ ଏବଂ ପ୍ଲାଟଫର୍ମ-୨ରେ ଥିବା ଲୋକମାନେ ସୁରକ୍ଷିତ…

Read More