Author: NAZMEEN PARWEEN

ଆସନ୍ତା ଜାନୁଆରି ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ଥିବାରୁ କମିସନରେଟ୍ ପୁଲିସ ପକ୍ଷରୁ ତିନି ଦିନ ପାଇଁ ଟ୍ରାଫିକ୍ ଚଳାଚଳ ନେଇ ଆଡଭାଇଜରି ଜାରି କରାଯାଇଛି। ପୁଲିସ କମିସନର ସୁରେଶ ଦେବ ଦତ୍ତ ସିଂହ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବା ପାଇଁ ଓଡ଼ିଶା ଆସିବେ। ଭିଆଇପି ଓ ଭିଭିଆଇପିଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଏବଂ ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଟ୍ରାଫିକ୍ ର ଉତ୍ତମ ନିୟନ୍ତ୍ରଣ ଓ ଅବାଧ ପ୍ରବାହକୁ ସୁନିଶ୍ଚିତ କରିବା ପାଇଁ ଜାନୁଆରି ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଲାଗୁ କରାଯିବ। ଏହି କଟକଣା ଅନୁଯାୟୀ, ନିମ୍ନ ଲିଖିତ ତାରିଖ ଓ ସମୟ ଅନୁଯାୟୀ ରାସ୍ତା ଏବଂ ଏହାର ସଂଯୋଗ ଲେନ୍ /ବି-ଲେନ୍ସରେ କୌଣସି ଯାନବାହନ…

Read More