Author: NAZMEEN PARWEEN

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁଇ ଜଣ ମହିଳା ଯାତ୍ରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୯ କୋଟି ୫୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି କଷ୍ଟମ୍ସ କମିଶନରେଟ୍ । ସୂଚନା ଆଧାରରେ ଭୁବନେଶ୍ୱର ସୀମା ଶୁଳ୍କ (ପ୍ରତିଷେଧକ) ଅଧିକାରୀମାନେ ଦୁଇ ଦିନ ତଳେ ବିମାନବନ୍ଦରରେ ଯାତ୍ରୀ ପ୍ରୋଫାଇଲିଂ କରି ମାଲେସିଆର କୁଆଲାଲମ୍ପୁରରୁ ଆସିଥିବା ଦୁଇ ଜଣ ମହିଳାଙ୍କୁ ଅଟକାଇଥିଲେ। ଅଧିକାରୀମାନେ ଉଭୟଙ୍କ ଚେକ୍ ଇନ୍ ବ୍ୟାଗେଜ୍ ଯାଞ୍ଚ କରିବା ସହ ସେମାନଙ୍କ ନିକଟରୁ ଗଞ୍ଜେଇ ସହ ୧୯ଟି ଭ୍ୟାକ୍ୟୁମ୍ ପ୍ୟାକ୍ଡ୍ ଟ୍ରାନ୍ସପ୍ରେଣ୍ଟ ପ୍ୟାକେଟ୍ ଜବତ କରିଥିଲେ। ସୂତ୍ରରୁ ପ୍ରକାଶ ଯେ ପ୍ୟାକେଟଗୁଡ଼ିକରେ ସବୁଜ ଏବଂ ଲମ୍ପି ପଦାର୍ଥ ଥିଲା ଯାହାକୁ ଅଧିକ ଯାଞ୍ଚ ସମୟରେ ଗଞ୍ଜେଇ ବୋଲି ନିଶ୍ଚିତ କରାଯାଇଥିଲା। ଏହି ଦୁଇ ମହିଳା ଯାତ୍ରୀଙ୍କୁ ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟେନ୍ସ ଆକ୍ଟ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କୁ ବିଚାର…

Read More