Author: NAZMEEN PARWEEN

ତାରିଖ ଥିଲା ୧୭ ଜୁଲାଇ ୨୦୨୩। ଦେଶର ରାଜନୀତିରେ ସେହି ଦିନଟିକୁ “ଐତିହାସିକ” ବୋଲି ପରିଚୟ ଦିଆଯାଇଥିଲା। ଦୀର୍ଘଦିନ ଧରି ଛିଣ୍ଡିଯାଇଥିବା, ପରସ୍ପର ସନ୍ଦେହରେ ଥିବା ବିରୋଧୀ ଦଳମାନେ ଗୋଟିଏ ମଞ୍ଚରେ ଆସି ଘୋଷଣା କରିଥିଲେ—ସେମାନେ ଏବେ ଏକ ସାଧାରଣ ଶତ୍ରୁଙ୍କ ବିରୋଧରେ ଏକତ୍ରିତ ହେବେ। ସେହି ମଞ୍ଚର ନାମ ଦିଆଗଲା—ଇଣ୍ଡିଆ ମେଣ୍ଟ । ନାମଟିରେ ଥିଲା ଏକ ପ୍ରତୀକାତ୍ମକ ରାଜନୀତି—ଶାସକ ଦଳର “ରାଷ୍ଟ୍ରବାଦ” ନାରାକୁ ଚ୍ୟାଲେଞ୍ଜ କରି “ଇଣ୍ଡିଆ”କୁ ବିରୋଧର ପରିଚୟ କରିବାର ଚେଷ୍ଟା। ସେତେବେଳେ ମଞ୍ଚରୁ କୁହାଯାଇଥିଲା—“ଏହା କେବଳ ଏକ ମେଣ୍ଟ ନୁହେଁ, ଏହା ଗଣତନ୍ତ୍ରକୁ ବଞ୍ଚାଇବାର ଆନ୍ଦୋଳନ।” କିନ୍ତୁ ଦୁଇ ବର୍ଷ ପରେ ପ୍ରଶ୍ନ ହେଉଛି—ସେହି ଆନ୍ଦୋଳନ ଏବେ କେଉଁଠି? ଏକତାର ସେହି ଉତ୍ସାହ କାହିଁକି ରହିଲା ନାହିଁ? ଏବଂ ସବୁଠାରୁ ମୁଖ୍ୟ ପ୍ରଶ୍ନ—ଏହି ମେଣ୍ଟର ଅବସାନର ଦାୟୀ କିଏ? ଏହି ଆଲୋଚନାରେ ଆମେ ଇଣ୍ଡି ମେଣ୍ଟର ଉଦୟ, ତାହାର ଭିତରୁ ଦୁର୍ବଳତା, ନେତୃତ୍ୱ ସଂକଟ, ଆଞ୍ଚଳିକ…

Read More