Author: NAZMEEN PARWEEN

ରାଜ୍ୟରେ ଶିକ୍ଷାକୁ ଆଧୁନିକ କରିବା, ସ୍ମାର୍ଟ କ୍ଲାସରୁମ୍‌, ଡିଜିଟାଲ୍ ଲର୍ଣ୍ଣିଂ, ମଧ୍ୟାହ୍ନ ଭୋଜନର ପୋଷଣ ମାନଦଣ୍ଡ ବୃଦ୍ଧି, ଖେଳକୁଦ ଉନ୍ନୟନ—ଏହି ସବୁ ଘୋଷଣା ଶୁଣିଲେ ଲାଗେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଏକ ନୂଆ ଯୁଗକୁ ପ୍ରବେଶ କରିଛି। କିନ୍ତୁ ସଂଖ୍ୟା ଯେତେବେଳେ ଭୂମିସ୍ତରର ସତ୍ୟକୁ ଖୋଲିଦେଉଛି, ସେତେବେଳେ ଚିତ୍ର ଅନ୍ୟ। ରାଜ୍ୟସଭାରେ ରଖାଯାଇଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାର ୬୧,୪୬୭ଟି ବିଦ୍ୟାଳୟ ମଧ୍ୟରୁ ୨୦୩ଟିରେ ଶୌଚାଳୟ ନାହିଁ। ୧୮୧୩ଟି ବିଦ୍ୟାଳୟରେ ଛାତ୍ରମାନଙ୍କ ପାଇଁ ଶୌଚାଳୟ ନାହିଁ, ୮୮୫ଟିରେ ଛାତ୍ରୀମାନଙ୍କ ପାଇଁ ନାହିଁ। ୧୯୦୩ଟି ବିଦ୍ୟାଳୟରେ ବିଜୁଳି ସଂଯୋଗ ନାହିଁ। ୩୯୧୫ଟି ବିଦ୍ୟାଳୟର ପାଚେରୀ ନାହିଁ। ୬୩୩୬ଟି ବିଦ୍ୟାଳୟରେ ରୋଷଘର ନାହିଁ। ୧୦,୩୯୭ଟିରେ ଖେଳପଡ଼ିଆ ନାହିଁ। ଏହି ସଂଖ୍ୟାଗୁଡ଼ିକ ଆଧୁନିକ ଶିକ୍ଷା ଭିତ୍ତିରେ ଏକ ଅସୁବିଧାଜନକ ପ୍ରଶ୍ନ ଉଠାଉଛି— ଡିଜିଟାଲ୍ ଭବିଷ୍ୟତ୍‌ର କଥା କହିବା ପୂର୍ବରୁ, ଆମେ କି ମୂଳ ଆବଶ୍ୟକତା ପୂରଣ କରିଛୁ? ଶୌଚାଳୟ ନାହିଁ: ସ୍ୱାସ୍ଥ୍ୟ ଓ ମର୍ଯ୍ୟାଦାର ପ୍ରଶ୍ନ ଶୌଚାଳୟ…

Read More