Author: NAZMEEN PARWEEN

 ଅହମ୍ମଦାବାଦ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ପ୍ରୟାସର କେନ୍ଦ୍ରବିନ୍ଦୁ ହୋଇ ରହିଛି, ତଥାପି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ଖର୍ଚ୍ଚ ଏବଂ ସ୍ଥାୟୀତା ପାଇଁ ପ୍ରୟାସ ଅନୁଯାୟୀ ଓଡ଼ିଶାର ଭୁବନେଶ୍ଵର ସମେତ ଅନ୍ୟ।ନ୍ୟ ସହରରେ କିଛି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇପାରେ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଗୁଜୁରାଟ ବାହାରେ ଏକାଧିକ ସହରକୁ କିଛି କ୍ରୀଡ଼ାକୁ ନେଇ ‘ସମ୍ପୂର୍ଣ୍ଣ ଦେଶ ପାଇଁ ଆନ୍ଦୋଳନ’ କରିବାକୁ ସରକାର ଓ ଅମଲାତନ୍ତ୍ରରେ ଏକାଧିକ ସ୍ତରରେ ଆଲୋଚନା ହୋଇଛି। ଏହି ପ୍ରତିଯୋଗିତାର ବ୍ୟାପକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ହକି, ପୁଣେରେ ଡଙ୍ଗା ଓ କାୟାକିଂ, ଭୋପାଳରେ ଅଶ୍ୱାରୋହଣ ଓ ରୋଇଂ ଏବଂ ଚେନ୍ନାଇରେ ନୌକା ଚଳାଚଳ ର ସମ୍ଭାବନା ଅନୁସନ୍ଧାନ କରାଯାଉଛି। ରିପୋର୍ଟ ଅନୁଯାୟୀ, ଦିଲ୍ଲୀ, ମୁମ୍ବାଇ ଓ ଅହମ୍ମଦାବାଦ ଭଳି ୩ଟି ସହରକୁ କ୍ରିକେଟ୍ ପାଇଁ ଚୟନ କରାଯାଇଛି। ଉଲ୍ଲେଖଯୋଗ୍ୟ, ସର୍ବବୃହତ କ୍ରୀଡ଼ା ଆୟୋଜନ ଖର୍ଚ୍ଚ ହ୍ରାସ କରିବା ପାଇଁ ଆଇଓସି ୨୦୧୪ରେ ମଲ୍ଟି…

Read More