Author: NAZMEEN PARWEEN

ଭାରତରେ ଧୀରେ ଧୀରେ କାୟା ମେଲାଉଛି HMPV ଭୂତାଣୁ । ଆସାମରେ ପ୍ରଥମ ହ୍ୟୁମାନ ମେଟାନ୍ୟୁମୋଭାରଇସ୍ ସାମ୍ନାକୁ ଆସିଛି । ଜଣେ ୧୦ ମାସର ଶିଶୁ ଏହି ମାରାତ୍ମକ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଶିଶୁକୁ ବର୍ତ୍ତମାନ ଡେବ୍ରୁଗଡ଼ର ଆସାମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଶିଶୁର ବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି । ସେପଟେ ଆସାମରେ ପ୍ରଥମ ରିପୋର୍ଟ ପଜିଟିଭ ଆସିବା ପରେ ରାଜ୍ୟରେ ଆତଙ୍କ ଖେଳିଯାଇଛି ।  ଆସାମରେ HMPV ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ଏହା ୧୫ତମ ମାମଲା ହୋଇଛି । ଗୁଜରାଟରେ ସର୍ବାଧିକ ୪ଟି ହ୍ୟୁମାନ ମେଟାନ୍ୟୁମୋ ଭାରଇସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ରାଜସ୍ଥାନ ଏବଂ ଗୁଜରାଟରେ ଗୋଟିଏ ଲେଖାଏଁ କେସ୍ ପିଜିଟିଭ୍ ଆସିଥିଲା । ଏହା ପୂର୍ବରୁ ଗୁରୁବାର ତିନି ଜଣଙ୍କ ରିପୋର୍ଟରେ HMPV ପଜିଟିଭ୍ ଆସିଥିଲା ।  ମହାମାରୀ କରୋନା ଭଳି ଚୀନରେ ପ୍ରଥମେ ଚିହ୍ନଟ ହୋଇଛି…

Read More