Author: NAZMEEN PARWEEN

କୁଳୁକୁଳୁ ଶବ୍ଦରେ ବୋହି ଯାଉଛି ଝରଣା । ସାଙ୍ଗରେ ପକ୍ଷୀମାନଙ୍କ କିଚିରି ମିଚିରି ଶବ୍ଦରେ କମ୍ପି ଉଠୁଛି ସମଗ୍ର ପରିବେଶ । ଡିଜିଟାଲ ଦୁନିଆରୁ ଟିକେ ବାହରିଗଲେ ଆମ ଏଇ ଓଡ଼ିଶାରେ ଏତେ ସୁନ୍ଦର ସ୍ଥାନ ରହିଛି ତାହା ଆପଣମାନେ ଜାଣି ପାରିବେ । କାରଣ ବର୍ତ୍ତମାନ ଆସିଛି ବଣଭୋଜି ଋତୁ । ଏନେଇ ଲୋକମାନେ ଛୁଟି ନେଇ ବିଭିନ୍ନ ସ୍ଥାନ ବୁଲିବାକୁ ଯାଉଛନ୍ତି । ଏହାରି ମଧ୍ୟରେ ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣିଲେ ଆପଣ ବି ବଣଭୋଜି କରିବା ପାଇଁ ଏଠାକୁ ବାହାରି ପଡ଼ିବେ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକର ମଣ୍ଡାସରୁ କୁଟି  ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।  ଫୁଲବାଣୀ ସଦର ମହକୁମା ଠାରୁ ମାତ୍ର ୭୦ କିଲୋମିଟର ଦୂରରେ ପଡେ ଏବଂ ରାଇକିଆ ଠାରୁ ମାତ୍ର ୧୦…

Read More