Author: NAZMEEN PARWEEN

ହାତରେ ମେହେନ୍ଦୀ ଓ ପାଦରେ ଅଳତା ଲଗାଇ ସଜେଇ ହେଲେଣି ସମସ୍ତେ । ମନରେ ରହିଛି ଆନନ୍ଦ ଓ ଉତ୍ସାହ । ମକର ପର୍ବକୁ ନେଇ ଗାଁଠୁ ସହର ଉତ୍ସବ ମୁଖର । ସେଥିପାଇଁ ଚାଲିଛି ପ୍ରସ୍ତୁତି । ସହରଠୁ ଗାଁ ସବୁଆଡ଼େ ମକରର ମହକ ଦେଖିବାକୁ ମିଳିଲାଣି । ଦୋକାନ ବଜାରରେ ବିଭିନ୍ନ ମକର ସାମଗ୍ରୀ କିଣୁଛନ୍ତି ଲୋକେ । ଘରେ ଘରେ ଲୋକମାନେ ଏହି ପର୍ବକୁ ପାଳନ କରିବା ପାଇଁ ଚଳାଇଛନ୍ତି ବ୍ୟାପକ ପ୍ରସ୍ତୁତି । ବିଶେଷ କରି ଆଦିବାସୀ ପରିବାରର ପ୍ରଥା ଓ ପରମ୍ପରା ଅନୁଯାୟୀ ମକର ପୂର୍ବରୁ ପ୍ରସ୍ତୁତି ହୋଇଥିବା ପଲାକୁ ମକର ସଂକ୍ରାନ୍ତିରେ ଭୋରରୁ ମକର ପଲାରେ ପୂଜା ଅର୍ଚ୍ଚନା କରି ପଲାରେ ଅଗ୍ନି ସଂଯୋଗ କରିଥାନ୍ତି । ଏହା ପରେ ନୂଆ ବସ୍ତ୍ର ପରିଧାନ କରି ପ୍ରସ୍ତୁତ କରିଥିବା ବିଭିନ୍ନ ପ୍ରକାର ପିଠା ଖାଇ ନାଚଗୀତରେ ମଜି ଯାଇଥାନ୍ତି ଲୋକେ । ଆଉ…

Read More