Author: NAZMEEN PARWEEN

ଅନୁଗୋଳରେ ଶ୍ରୀ ଖାଟୁ ଶ୍ୟାମଙ୍କ ଭକ୍ତିରେ ଝୁମିଲେ ସହସ୍ରାଧିକ ଶ୍ରଦ୍ଧାଳୁ । ଧୁମଧାମର ସହ ପାଳନ ହେଲା ତୃତୀୟ ମହୋତ୍ସବ । ଅନୁଗୋଳର ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ଲାଡ଼ଲେ ଖଟୁ ୱାଲେକେ ଗ୍ରୁପ ପକ୍ଷରୁ ସ୍ଥାନୀୟ ସଭା ଘରେ ଭଗବାନ ଶ୍ରୀ ଖାଟୁ ଶ୍ୟାମ ବାବାଙ୍କ ତୃତୀୟ ମହୋତ୍ସବ ମହା ଆଡମ୍ବର ସହକାରେ ସମାପ୍ତ ହୋଇଛି । କୋଲକାତାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶୀତଲ ଚଣ୍ଡକ ଶର୍ମା ଓ ବିବେକ ଶର୍ମାଙ୍କ ତାଳରେ ତାଳ ମିଶାଇ ମହିଳା ଶ୍ରଦ୍ଧାଳୁ ମାନେ ନୃତ୍ୟ ପରିବେଷଣ କରିଥିଲେ । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ଭାଇ କଳାକାରଙ୍କୁ ସ୍ୱାଗତ କରିଥିଲେ । ଭଗବାନ ଶ୍ରୀ ଖାଟୁ ଶ୍ୟାମ ବାବାଙ୍କ ପ୍ରତିକୃତି, ପାଦୁକା ସୁସଜ୍ଜିତ ରଥ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ଏହାପରେ ଶ୍ରଦ୍ଧାଳୁ ମାନେ ଅନ୍ନ ପ୍ରସାଦ ସେବନ କରିଥିଲେ । ହିନ୍ଦୁ ଧର୍ମର ଶ୍ରୀକୃଷ୍ଣଙ୍କ କଳିଯୁଗର ଅବତାର ଭାବେ ଭଗବାନ…

Read More