Author: NAZMEEN PARWEEN

ସରିଲା ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରି ଠାରେ ୫ଦିନ ଧରି ଚାଲିଥିବା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ତଥା ଗୁରୁ ପଦ୍ମସମ୍ଭବ ସମାରୋହ । ଉଦଯାପନୀ ଦିବସରେ ସମସ୍ତ ଦେଶରୁ ଆସିଥିବା ବୌଦ୍ଧ ଭିକ୍ଷୁ, ଲାମା ଓ ବୌଦ୍ଧ ଧର୍ମାବଲମ୍ବି ମାନେ ପ୍ରାର୍ଥନା ସ୍ଥଳରେ ପହଞ୍ଚି ବୌଦ୍ଧ ତ୍ରିପିଟକ ଗ୍ରନ୍ଥରୁ ମନ୍ତ୍ର ପାଠ ଓ ପ୍ରାର୍ଥନା କରିଥିଲେ । ଯାହାଫଳରେ ଗୁଞ୍ଜରିତ ହୋଇ ଉଠିଥିଲା ସମଗ୍ର ପରିବେଶ । ବୌଦ୍ଧ ପୀଠ ପରିସର ଏବଂ ଗୁରୁ ପଦ୍ମସମ୍ଭବଙ୍କ ପୁଣ୍ୟ କ୍ଷେତ୍ରରେ ସଫଳତାର ସହ ଏହି ଆଧ୍ୟାତ୍ମିକ ଯାତ୍ରା ଆୟୋଜିତ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ସମଗ୍ର ବିଶ୍ୱକୁ ଉଦୟଗିରିର ଏହି ବୁଦ୍ଧ ମନ୍ତ୍ର ଗାନ ଏବଂ ପ୍ରାର୍ଥନାର ବାଣୀ ପ୍ରସାରିତ ହେବା ସହିତ ବିଶ୍ଵଶାନ୍ତି ଓ ମାନବ କଲ୍ୟାଣ ପାଇଁ ପ୍ରେରଣା ଦେବ ବୋଲି ଆଶା ପୋଷଣ କରାଯାଇଛି । ଏଥିସହ ଉଦୟଗିରିକୁ ବିଶ୍ୱ ସମୁଦାୟ ସହ ଯୋଡିବାକୁ ପ୍ରୟାସ…

Read More