Author: NAZMEEN PARWEEN

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସ୍ପେଶାଲ୍ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଭୁବନେଶ୍ୱର-ଶିରିଡ଼ି-ନାସିକ ଟ୍ରେନର ଶୁଭାରମ୍ଭ ହୋଇଛି । ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ ଜିଲ୍ଲାରୁ ୮ଶହ ବରିଷ୍ଠ ନାଗରିକମାନେ ତୀର୍ଥ ଯାତ୍ରାରେ ଯାଉଛନ୍ତି ।  ଚଳିତ ବର୍ଷ ପର୍ଯ୍ୟାୟକ୍ରମେ ମୋଟ ୧୦ଟି ଟ୍ରିପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚଳିତ ବର୍ଷ ୮ ହଜାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯିବେ । ପ୍ରତି ଟ୍ରିପରେ ୮ଶହ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯିବେ । ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ମାଧ୍ୟମରେ ଶିରିଡ଼ି, ନାସିକ, କାମାକ୍ଷା, ବାରଣାସୀ, କୋଲକାତା ଦକ୍ଷିଣ କାଳୀ ମନ୍ଦିର, ଅଯୋଧ୍ୟା ଆଦି ୧୦ଟି ତୀର୍ଥ ସ୍ଥାନ ବୁଲିବେ ରାଜ୍ୟର ବରିଷ୍ଠ ନାଗରିକ । ଗାଁରୁ ଷ୍ଟେସନ ଓ ରେଳ ଷ୍ଟେସନରୁ ତୀର୍ଥ ସ୍ଥାନ ପର୍ଯ୍ୟନ୍ତ ଯାତାୟାତ, ରହିବା ଖାଇବା ପାଇଁ ବ୍ୟବସ୍ଥା କରିଛନ୍ତି…

Read More