Author: NAZMEEN PARWEEN

ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବସ ସେବା । ଏଣିକି ସେମାନେ ମାଗଣାରେ ବସ୍ ଯାତ୍ରା କରିପାରିବେ । ଏହି ଘୋଷଣା କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି)ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍ରିୱାଲ ଆଉ ଏକ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି । ମହିଳାମାନଙ୍କ ପରେ ଏବେ ଦିଲ୍ଲୀର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଫ୍ରି ବସ ସର୍ଭିସ ଦେବାକୁ ସେ ଘୋଷଣା କରିଛନ୍ତି । କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ ଛାତ୍ରଛାତ୍ରୀମାନଙ୍କ ପାଇଁ ପରିବହନକୁ ସୁଗମ କରିବାକୁ ଚାହୁଁଛୁ । ଯଦି ଏଏପି ନିର୍ବାଚନ ଜିତେ, ତା’ ହେଲେ ଆମେ ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ପାଇଁ ବସ୍ ଯାତ୍ରା ନିଃଶୁକ୍ଳ କରିବୁ । ପୂର୍ବରୁ ଛାତ୍ରୀମାନେ ଏହାର ଲାଭ ପାଉଛନ୍ତି । କେଜ୍ରିୱାଲ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଛାତ୍ରମାନଙ୍କୁ ମେଟ୍ରୋରେ ୫୦ ପ୍ରତିଶତ ରିହାତି ଦେବାକୁ…

Read More