Author: NAZMEEN PARWEEN

ଆସନ୍ତା ୩ ଦିନ ମଧ୍ୟରେ ଓଡ଼ିଶାରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରି ବଢ଼ିବ ଏବଂ ଆସନ୍ତା ୨ ଦିନ ମଧ୍ୟରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାରଦ ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ଜି ଉଦୟଗିରିରେ ପୂର୍ବ ଦିନର ୪.୨ ଡିଗ୍ରି ସେଲସିୟସ୍ ତାପମାତ୍ରା ତୁଳନାରେ ସର୍ବାଧିକ ୫.୪ ଡିଗ୍ରି ସେଲସିୟସ୍ ରହିଛି। ସେମିଳିଗୁଡାରେ ୬.୬ ଡିଗ୍ରୀ ସେଲସିୟସ, ଫୁଲବାଣୀରେ ୯ ଡିଗ୍ରୀ, ରାଉରକେଲା ଓ ଝରୁଗୁଡାରେ ୧୦.୨ ଡିଗ୍ରୀ ସେଲସିୟସ ଏବଂ ଦାରିଙ୍ଗବାଡ଼ିରେ ୧୧ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି । ଭୁବନେଶ୍ୱରଓ କଟକରେ ତାପମାତ୍ରା ଯଥାକ୍ରମେ ୧୪.୪ ଓ ୧୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ମଙ୍ଗଳବାର ତାପମାତ୍ରା ୧୩.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୭ ଦିନ ପର୍ଯ୍ୟନ୍ତ ଏହି ସବୁ ସହରରେ…

Read More