Author: NAZMEEN PARWEEN

ଶୀତ ଦିନରେ ତାତି । ଦିନକ ତଳେ, ଜାନୁଆରୀ ତାତିର ରେକର୍ଡ ଭାଙ୍ଗିଥିଲା କୋରାପୁଟ । ଜାନୁଆରୀ ୨୨ର ତାପମାତ୍ରା ଥିଲା ୩୩ .୨ ଡିଗ୍ରୀ । ୫୨ ବର୍ଷ ଭିତରେ ତାହା ସର୍ବାଧିକ ଥିଲା । ପାଣିପାଗ ବିଭାଗର କହିବା ଅନୁସାରେ ୨୦୦୯ରେ ଶେଷ ଥର ପାଇଁ ଏପରି ସ୍ଥିତି ଦେଖିବାକୁ ମିଳିଥିଲା । ଏବେ ୨୦୨୫ରେ ଏହାର ଅନୁରୂପ ଦେଖାଯାଇଛି । ୨୦୦୯ ଜାନୁଆରୀରେ କୋରାପୁଟରେ ଏଭଳି ଭୀଷଣ ଗରମ ଅନୁଭୂତ ହୋଇଥିଲା । ସେହି ବର୍ଷ ଏପ୍ରିଲ ଓ ମେ’ ମାସରେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହୋଇଥିଲା । ଜଳିଥିଲା ପୁରା ଓଡ଼ିଶା । ତେଣୁ ଚଳିତ ବର୍ଷର ଏହି ଜାନୁଆରୀ ତାତି ପୁଣି ଥରେ ଭୀଷଣ ତାତିର ସଙ୍କେତ ଦେଉନି ତ ? ଏହା ବିରଳ ହେଲେ ମଧ୍ୟ ଅସ୍ୱାଭାବିକ ନୁହେଁ ବୋଲି କହିଛନ୍ତି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ।…

Read More