Author: NAZMEEN PARWEEN

ବିଜେଡିରେ ପାଣ୍ଡିଆନଙ୍କ ସ୍ଥିତି କ’ଣ ? ଏବେବି କ’ଣ ନବୀନ ନିବାସ ତାଙ୍କ ନିୟନ୍ତ୍ରଣରେ ଅଛି ? ଏଭଳି ପ୍ରଶ୍ନ ଅନେକ ସମୟରେ ଉଠୁଛି । ଭି.କେ ପାଣ୍ଡିଆନଙ୍କ ପ୍ରଭାବ ଏବେ ମଧ୍ୟ ବିଜେଡିରେ ରହିଛି ବୋଲି ଅନେକ କହୁଛନ୍ତି । ଏହିଭଳି ସମୟରେ ବିଜେଡି ନେତା ମନ୍ମଥ ରାଉତରାୟଙ୍କ ବୟାନ ଆସିଛି । ଶନିବାର ଦିନ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ, ଆଗରୁ ପାଣ୍ଡିଆନ ନବୀନଙ୍କ ସ୍ୱାସ୍ଥ୍ୟ କଥା ବୁଝୁଥିଲେ । ଏବେ ମଧ୍ୟ ବୁଝୁଥିବେ ବୋଲି ମୁଁ ଭାବୁଛି । ନବୀନ ନିବାସରେ ଚାଲିଛି କାହା ଦରବାର ? ନବୀନ ନିବାସରେ ପାଣ୍ଡିଆନଙ୍କ ଦରବାର ଚାଲିଛି କି ପ୍ରଶ୍ନର ଉତ୍ତରରେ ମନ୍ମଥ କହିଛନ୍ତି ଯେ, ନବୀନ ନିବାସରେ ନବୀନ ବାବୁଙ୍କ ଦରବାର ଚାଲିଛି । ସେଠାରେ ପାଣ୍ଡିଆନଙ୍କ ଦରବାର ଚାଲୁ ନାହିଁ । ଗତ ନିର୍ବାଚନ ପରଠାରୁ ମୁଁ ତାଙ୍କୁ ଦେଖିନାହିଁ । ଯଦି ବି…

Read More