Author: NAZMEEN PARWEEN

ପୂର୍ବତନ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଘର କଳି ବଢିବାରେ ଲାଗିଛି । ରାଜନୀତି ଘର ତାତିକୁ ବଢାଇ ସାରିଲାଣି । ବଡ଼ଭାଇ ଓ ସାନ ଭାଇ ମଧ୍ୟରେ ସଂପର୍କ ଆଉ ଠିକ ନାହିଁ । ଏହା ବିଜେଡି ନେତା ମନ୍ମଥ ରାଉତରାୟଙ୍କ ବୟାନରୁ ଜଣା ପଡ଼ୁଛି । ଶନିବାର ଦିନ ମନ୍ମଥ ଗଣମାଧ୍ୟମ ସହିତ କଥା ହୋଇ ବଡ଼ ଭାଇ ସିଦ୍ଧାର୍ଥଙ୍କୁ ଟାର୍ଗେଟ୍ କରିଛନ୍ତି । ବଡ଼ଭାଇଙ୍କ ନାମ ନନେଇ ମନ୍ମଥ କହିଛନ୍ତି ଯେ, ମୋ ପରିବାରରେ ଜଣେ ଫ୍ରଡ୍ ବ୍ୟକ୍ତି ଅଛନ୍ତି । ସେ ଦୁଇଟି ବଡ଼ ରାଜନୈତିକ ଦଳ ଦ୍ୱାରା ରିଜେକ୍ଟ ହେବା ପରେ ନିଜ ରାଗ ସୁଝାଇବାକୁ ମୋତେ ଓ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରୁଛନ୍ତି । କାହା ନାମ ନେଇ ମୁଁ ତାଙ୍କୁ ସ୍ପେସ୍ ଦେବାକୁ ଚାହୁଁନାହିଁ ସିଦ୍ଧାର୍ଥ ରାଉତରାୟ ବିନା ତଥ୍ୟରେ ନବୀନ ପଟ୍ଟନାୟକଙ୍କ ବାବଦରେ ବିବୃତି କାହିଁକି ଦେଉଛନ୍ତି ପ୍ରଶ୍ନର ଉତ୍ତରରେ…

Read More