Author: NAZMEEN PARWEEN

ମହାକୁମ୍ଭକୁ ଯିବା ପାଇଁ ବିମାନ ଟିକେଟ ହେଲା ଶସ୍ତା । ସରକାରଙ୍କ ଆଗ୍ରହ ପରେ ଏୟାରଲାଇନ୍ସ କମ୍ପାନୀ ପ୍ରୟାଗରାଜ ରୁଟରେ ଚାଲଉଥିବା ବିମାନ ଟିକେଟ ଦାମ୍ ଶସ୍ତା କରିଦେଇଛନ୍ତି । ଇଣ୍ଡିଗୋ ମହାକୁମ୍ଭ ପାଇଁ ପ୍ରୟାଗରାଜକୁ ଯାଉଥିବା ଯାତ୍ରୀଙ୍କୁ ଆଶ୍ବସ୍ତି ଦେଇଛି । ଇଣ୍ଡିଗୋ ପ୍ରୟାଗରାଜ ରୁଟରେ ବିମାନ ଟିକେଟ ୩୦ରୁ ୫୦ ପ୍ରତିଶତ ଶସ୍ତା କରିଛି । ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରୟାଗରାଜକୁ ବିମାନ ଭଡ଼ା ଅଧିକ ମହଙ୍ଗା ହୋଇଥିବା କହିବା ପରେ ଇଣ୍ଡିଗୋ ଦାମ୍ ହ୍ରାସ କରିଛି । ମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ଡିଜିସିଏ ଟିକେଟ ଦାମ୍ କମ୍ କରିବା ପାଇଁ ପଦକ୍ଷେପ ନେଇଛି । ମହାକୁମ୍ଭ ପାଇଁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରୟାଗରାଜ ଯାଉଛନ୍ତି । ଏହା ଦେଖି ସମସ୍ତ ଏୟାରଲାଇନ୍ସ ନିଜ ନିଜ ଟିକେଟ ଦାମ୍ ବଢାଇଦେଇଥିଲେ । କିନ୍ତୁ ସରକାରଙ୍କ ପଦକ୍ଷେପ ପରେ ଏବେ ଏୟାରଲାଇନ୍ସ କମ୍ପାନୀ ଟିକେଟ ଦାମ୍ ହ୍ରାସ କରିଛନ୍ତି । ଏବେ…

Read More