Author: NAZMEEN PARWEEN

ମୋଟରଯାନ ଫିଟନେସ୍ ଯାଞ୍ଚର ସଠିକତା ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର କଟକ ଆରଟିଓ ଅଧୀନରେ ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ମାଲିକାନାଓ ପରିଚାଳିତ ଭାରତର ପ୍ରଥମ ସ୍ୱୟଂଚାଳିତ ଟେଷ୍ଟିଂ ଷ୍ଟେସନ୍ (ଏଟିଏସ୍) ପ୍ରତିଷ୍ଠା କରିଛନ୍ତି।ଏଠାରେ ଗାଡ଼ିଗୁଡ଼ିକୁ ଟେଷ୍ଟିଂ ଟ୍ରାକ୍ ରେ ଚଲାଇ ସେମାନଙ୍କ ସଡ଼କ ଯୋଗ୍ୟତା ଜାଣିବାକୁ ହେବ। କେନ୍ଦ୍ରୀୟ ମୋଟର ଯାନ ନିୟମ ଅନୁଯାୟୀ, ଦକ୍ଷ ଏବଂ ସ୍ୱଚ୍ଛ ଫିଟନେସ ପରୀକ୍ଷା ସୁନିଶ୍ଚିତ କରିବା ଏବଂ ନିୟାମକ ଅନୁପାଳନକୁ ସୁଦୃଢ଼ କରିବା ପାଇଁ ଏଟିଏସ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଏ, ଯାହା ସଡ଼କ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପୂର୍ବରୁ ଫିଟନେସ୍ ସାର୍ଟିଫିକେଟ୍ ଏବଂ ଗାଡ଼ି ପଞ୍ଜୀକରଣ ନବୀକରଣ ମାନବିକ ତ୍ରୁଟି ପ୍ରବଣ ମାନୁଆଲ୍ ମୂଲ୍ୟାୟନ ଉପରେ ଆଧାରିତ ଥିଲା। ସ୍ୱୟଂଚାଳିତ ଫିଟନେସ୍ ମୂଲ୍ୟାୟନ ଦ୍ୱାରା ରାସ୍ତାରୁ ଅନଫିଟ୍ ଯାନ ଗୁଡ଼ିକୁ ହଟାଇ ଦିଆଯିବ, ଯାହା ସଡ଼କ ଦୁର୍ଘଟଣା ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ…

Read More