Author: NAZMEEN PARWEEN

Saraswati puja 2025: ଚଳିତବର୍ଷ ସରସ୍ଵତୀ ପୂଜାକୁ ନେଇ ଦ୍ୱନ୍ଦ ଉପୁଜିଛି। ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ ଓ ଭାଗ୍ୟଜ୍ୟୋତି ପ୍ରକାଶନ ତରଫରୁ ଭୁବନେରଶ୍ଵରସ୍ଥିତ ଗୀତଗୋବିନ୍ଦ ସଦନରେ ଆଗାମୀ ସରସ୍ଵତୀ  ପୂଜାକୁ ନେଇ ଉପୁଜିଥିବା ଦ୍ଵନ୍ଦ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସରସ୍ଵତୀ  ପୂଜା ପାଳନକୁ ନେଇ ଦ୍ଵନ୍ଦ। ପୁଣି ପାଞ୍ଜିରେ ତ୍ରୁଟି ଓ ଦ୍ବନ୍ଦ୍ୱ ଅଭିଯୋଗ। ଆସନ୍ତା ଫେବ୍ରୁଆରୀ ୨ କି ୩ ରେ ପବିତ୍ର ସରସ୍ୱତୀ ପୂଜା ଓ ରଥ କାଠ ଅନୁକୂଳ ହେବ ତାକୁ ନେଇ ଦ୍ବନ୍ଦ୍ୱ ଦେଖାଦେଇଛି। ଭିନ୍ନ ଭିନ୍ନ ପାଞ୍ଜିରେ ରହିଛି ଭିନ୍ନ ଭିନ୍ନ ଆକଳନ। ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ୱୀକୃତି ପ୍ରାପ୍ତ ରାଧାରମଣ ପାଞ୍ଜିରେ ଉଭୟ ୨ ଓ ୩ ରେ ଶ୍ରୀମନ୍ଦିରରେ ବସନ୍ତ ଉତ୍ସବ ଓ ରଥ କାଠ ଅନୁକୂଳ ନେଇ ଉଲ୍ଲେଖ ରହିଛି। ତେବେ ଯେଉଁ ଶାସ୍ତ୍ର ସମ୍ମତ କାରଣ ଦର୍ଶାଯାଇଛି ସେ ଅନୁଯାୟୀ ୩ ତାରିଖରେ…

Read More