Author: NAZMEEN PARWEEN

ଭୁବନେଶ୍ୱର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ଷ୍ଟେସନର ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ୱରେ ଏଲିଭେଟେଡ୍ ଡ୍ରାଇଭୱେ ଏବଂ ଏକ୍ଜିଟ୍ ରୋଡ୍ ନିର୍ମାଣ ପାଇଁ କାର୍ଯ୍ୟ ଅନୁମତି ପ୍ରଦାନ କରିଛନ୍ତି। ଭୁବନେଶ୍ୱର ଷ୍ଟେସନର ଆଧୁନିକୀକରଣ ରେ ଏହି ବିକାଶ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଏବଂ ସାମଗ୍ରିକ ପ୍ରକଳ୍ପ ସମୟ ସୀମାକୁ ତ୍ୱରାନ୍ୱିତ କରିବ । ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆବଣ୍ଟିତ ଜମିରେ ଏଲିଭେଟେଡ୍ ଆପ୍ରୋଚ୍ ଓ ଏକ୍ଜିଟ୍ ରୋଡ୍ ନିର୍ମାଣ ପାଇଁ ଅନୁମତି ଦିଆଯାଇଛି। ପୂର୍ବତଟ ରେଳପଥ ଓ ବିଡିଏର ମିଳିତ ଯୋଜନାକୁ ଦୃଷ୍ଟିରେ ରଖି ପୁନଃନିର୍ମାଣ ପ୍ରକଳ୍ପ ସୁରୁଖୁରୁରେ ଚାଲିବ। ବ୍ୟାପକ ଷ୍ଟେସନ ପୁନଃନିର୍ମାଣ ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ କରି ଷ୍ଟେସନ ପରିସର ମଧ୍ୟରେ ପାର୍କିଂ ଅଞ୍ଚଳ ଏବଂ ବାଣିଜ୍ୟିକ ସ୍ଥାନର ବିକାଶ କରାଯିବ। ବିଡିଏ ସେମାନଙ୍କୁ ଦିଆଯାଇଥିବା ଜମି ଉପରେ ବାଣିଜ୍ୟିକ ଅଞ୍ଚଳର ବିକାଶ କରିବାକୁ ଯୋଜନା…

Read More