Author: NAZMEEN PARWEEN

କମିବ ଶୀତ, ବଢ଼ିବ ତାତି । ଆଗାମୀ ୪ରୁ ୫ ଦିନ ଯାଏଁ ଦିନ ଓ ରାତିର ତାପମାତ୍ରା ବଢିବ । ଆଗାମୀ ୫ରୁ ୭ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ। ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ଦେଖିବାକୁ ମିଳିବ । ଉପକୂଳ ଓଡ଼ିଶାର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ଚଳିତ ସପ୍ତାହରେ ଶୀତ ବେଶୀ ଅନୁଭୂତ ହେବ ନାହିଁ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୪୮ ଘଣ୍ଟା ପାଇଁ ଘନ କୁହୁଡ଼ି ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ଆଜି ପାଇଁ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଘନକୁହୁଡି ପାଇଁ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି…

Read More